ମିଳିମିଶି ଚଳୁ କରିଦେଲେ ଦୁଇ ଭାଇ । କଟକ ତାଳଦଣ୍ଡା କେନାଲ ପୋଲ ନିର୍ମାଣ ଦୁର୍ନୀତିର ପର୍ଦ୍ଦାଫାସ କଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀ ଓ ତାଙ୍କ ଭାଇ ସମେତ ୭ ଗିରଫ

ନିୟମ ଉଲ୍ଲଂଘନ କରି ସଂପର୍କୀୟଙ୍କୁ ଟେଣ୍ଡର ଦେଇଥିଲେ ଇଂଜିନିୟର

550

ଦକନକ ବ୍ୟୁରୋ: ମିଳିମିଶି ଚଳୁ କରିଦେଲେ ଦୁଇ ଭାଇ । କଟକ ତାଳଦଣ୍ଡା କେନାଲ ଉପରେ ନିର୍ମିତ ପୋଲ କାମରେ ଅନିୟମିତତା ଯୋଗୁଁ ଜଣେ ସହକାରୀ ଇଂଜିିନିୟର ଓ ତାଙ୍କ ଠିକାଦାର ଭାଇଙ୍କ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରିଛି । ଭିଜିଲାନ୍ସ ତଦନ୍ତ ବେଳେ ଭାଇ ପାଇଁ ଫସିଲା ଭାଇ । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆର ଆଣ୍ଡ ବି ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ଯାଉଥିବା କୌଣସି କାମରେ ଟେଣ୍ଡର ନେବାର କଡା ନିୟମ ରହିଛି ।

ଟେଣ୍ଡର ନେଉଥିବା ଠିକାଦାରଙ୍କ କୌଣସି ସଂପର୍କୀୟ ସେହି ବିଭାଗର ଚାକିରି କରୁନଥିବାର ନିୟମ ରହିଛି । ହେଲେ ତାଳଦେଣ୍ଡା କେନାଲ ପୋଲ ନିର୍ମାଣ ଟେଣ୍ଡର କାମ ନେଇଥିବା ଠିକାଦାର ତୃପ୍ତି ଦେବତାଙ୍କ ନିଜ ଭାଇ ରଂଜନ ଦେବତା ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି କରୁଛନ୍ତି । ତେବେ ସଂପର୍କକୁ ଲୁଚାଇ କିଭଳି ଯନ୍ତ୍ରୀ ବାବୁ ତାଙ୍କ ଭାଇକୁ କାମ ଦେଲେ ସେ ନେଇ ହାଇକୋର୍ଟରେ ଏକ ମାମଲା ହେବା ପରେ କୋର୍ଟ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ ।

ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡିଥିଲା ଯେ ସହକାରୀ ଯନ୍ତ୍ରୀଙ୍କ ଜଣକ ଜାଣିଶୁଣି ତାଙ୍କ ଭାଇଙ୍କୁ ଟେଣ୍ଡର ଦେଇଥିଲେ ।ଏଥିସହିତ ପୋଲ ନିର୍ମାଣ କାମରେ ବ୍ୟବହୃଥ ସିମେଂଟ ଛଡରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଭିଜିଳାନ୍ସ ଜାଣିବା ପରେ ସହକାରୀ ଯନ୍ତ୍ରୀ ରଂଜନ ଦେବତା ଓ ତାଙ୍କ ଠିକାଦାର ଭାଇ ତୃପ୍ତି ଦେବତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।