କୋଟିପତି ବାବୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ଦିଲ୍ଲୀପ ପଟେଲଙ୍କ ପାଖରୁ ଏଯାଏଁ ଠାବ ହେଲାଣି ୩ କୋଟି ୩୫ ଲକ୍ଷରୁ ଅଧିକ ସଂପତି

194

କନକ ବ୍ୟୁରୋ : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲ । ଗତକାଲି ଆରମ୍ଭ ହୋଇଥିବା ଭିଜାଲନ୍ସ ଚଢାଉ ଶେଷ ହୋଇ ନାହିଁ । ବୁଧବାର ଦିଲ୍ଲୀପଙ୍କ ପୈତୃକ ଘର ସହିତ ଏକ କାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ସମ୍ପତି ଠାବ କରିଛି । ଦିଲ୍ଲାପ ପଟେଲଙ୍କ ପାଖରୁ ୩ କୋଟି ୩୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛିା ଦିଲ୍ଲୀପ ଙ୍କ ବ୍ୟାଙ୍କ ବାଲାନ୍ସ, ଘର, ବିଭିନ୍ନ ଖାତା ପତ୍ର ଆଦିର ତର୍ଜମା କରି ୩ କୋଟି ୩୫ ଲକ୍ଷ ୮୨ ହଜାର ୬ଶହ ୪୧ ଟଙ୍କାର ସମ୍ପତି ଠାବ ହୋଇସାରିଛି ।

ଏଥିରେ ୨୦ ଲକ୍ଷ ୧୯ ହଜାର ୮୫୨ ଟଙ୍କାର କେଲାବିରା ବେଲମୁଣ୍ଡାସ୍ଥିତ ଦୁଇ ମହଲା କୋଠା, ୩୭ ଲକ୍ଷ ୮୧ ହଜାର ୩୧ଟଙ୍କାର ଝାରସୁଗୁଡାସ୍ଥିତ ଦୁଇମହଲା କୋଠା, ୧ କୋଟି ୬୫ ଲକ୍ଷ ୮୯ ହଜାର ୨୮୫ ଟଙ୍କା ମୂଲ୍ୟର ଝାରସୁଗୁଡାରେ ୧୪ଟି ଜମି ପ୍ଲଟ, ସମାସିଂହାରେ ୭ଲକ୍ଷ ୭୨ ହଜାର ଟଙ୍କାର ପେଟ୍ରୋଲ ପମ୍ପ, ୧୦ ଲକ୍ଷ ଟଙ୍କାର ଏକ କାର୍ , ୧ଲକ୍ଷ ୨ ହଜାର ୭୦୬ ଟଙ୍କାର ୨ ଟି ବାଇକ୍ , ବିଭିନ୍ନ ବ୍ୟାଙ୍କରେ ଜମାଥିବା ୫୯ ଲକ୍ଷ ୮୫ ହଜାର ୯୮୮ ଟଙ୍କା, ୩ ଲକ୍ଷ ୩୫ ହଜାର ୧୫ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର, ୨୨ ଲକ୍ଷ ୫୪ ହଜାର ୭୧୫ ନଗଦ ଟଙ୍କା, ୭ ଲକ୍ଷ ୪୧ ହଜାର ୯୫୧ ଟଙ୍କାର ଘରୋଇ ସାମଗ୍ରୀ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।