କୁବେର ଏଡିଏମ୍ : ମହାପାତ୍ରଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା, ସୁନା ଜବତ

Advertisment
କୁବେର ଏଡିଏମ୍ : ମହାପାତ୍ରଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା, ସୁନା ଜବତ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ଼ । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଜଗତସିଂହପୁରର ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ରେ ଥିବା ଅଫିସ୍ ଓ ସରକାରୀ ବାସଭବନରେ ଚଢାଉ କରାଯାଉଛି ।

ଏହା ସହ ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟରେ ଚଢାଉ କରୁଛି ଭିଜିଲାନ୍ସ । ଜଗତସିଂପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଂଗାରେ ଥିବା ସଂପର୍କୀୟ ଘର ଓ ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସଂପର୍କୀୟଙ୍କ ଘରେ ରେଡ୍ ଚାଲିଛି । ଏହି ଚଢାଉରେ ୮ ଜଣ ଡିଏସ୍ପି, ୨ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି । ଚାକିରିରୁ ଅବସର ନେବା ପାଇଁ ଆଉ ମାତ୍ର ୧୭ ଦିନ ବାକିଥିଲା ।

ଚଳିତ ମାସ ୨୮ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲପାଳ ବିଶ୍ୱଜିତ ମହାପାତ୍ର । ହେଲେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ରେଡ଼ କରୁଛନ୍ତି ଭିଜିଲାନ୍ସ । ତେବେ ଅତିରିକ୍ତ ଜିଲ୍ଲାଗପାଳ ଭୁବନେଶ୍ୱରରେ ଥିବା ବେଳେ ତାଙ୍କୁ ସୁନ୍ଦରଗଡ଼ ନିଆଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe