କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ମାଲକାନଗିରି ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ।

207

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳିନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ।ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି । ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି ।