ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ : ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ୪ଟି ଠିକଣାରେ ରେଡ଼

ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ଚଢଉ

85

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ । ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ୪ ଜଣିଆ ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି । ବର୍ତ୍ତମାନ ସୁଦ୍ଧା ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡି ଓ ଗୋଟିଏ ଦୁଇ ଚକିଆ ଗାଡି ଜବତ ହୋଇଛି ।

ଚଢଉରେ ୪ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନରେ ରେଡ଼ କରିଛି ଭିଜିଲାନ୍ସ । ରେଡ଼ ବେଳେ ୩୫ ହଜାର ଟାଙ୍କା ପୁରୁଣା ୫୦୦ ଟଙ୍କିଆ ଜବତ ହୋଇଛି । ବେଡ଼ ତଳୁ ୫୦୦ ଟଙ୍କିଆ ୭୦ଟି ନୋଟ ଜବତ କରିଛି ଭିଜିଲାନ୍ସ । ତେବେ ଏହି ନୋଟ କେବେ ରଖିଥିଲେ ମନେ ନାହିଁ ବୋଲି ଭିଜିଲାନ୍ସ ଅଧିକାରୀଙ୍କୁ କହିଛନ୍ତି ଘର ମାଲିକ । ଭୁବନେଶ୍ୱରରେ ୯୭ ଲକ୍ଷ ୭୬ ହଜାର ଟଙ୍କା ଘର ରହିଛି ବୋଲି ଜଣାପଡ଼ିଛି ।