ଭିଜିଲାନ୍ସ ଜାଲରେ ଜୟପୁରର ଇଲେକ୍ଟ୍ରିକାଲ ଇଞ୍ଜିନିୟର । ଲାଞ୍ଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ

42

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜୟପୁର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଏସଡିଓ କେ ଶ୍ରୀନିବାସ । ୨୦ ହଜାର ଟଙ୍କା ଲାଂଚ ନେଇ ଗିରଫ ହେଲେ ଏସଡିଓ କେ ଶ୍ରୀନିବାସ । ଜୟପୁର ଇଲେକ୍ଟ୍ରିକାଲ କାର୍ଯ୍ୟାଳୟରେ ଫାଙ୍କା ଥିବା ଲେଡରମ୍ୟାନ ପଦବୀ ପାଇଁ ସୁପାରିଶ କରି ଲାଂଚ ନେଉଥିଲେ ଏସଡିଓ ।

ସୂଚନା ମୁତାବକ ଏସଡିଓଙ୍କ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ପୁରୁଷତ୍ୱ ଭୂୟାଁଙ୍କୁ ଉକ୍ତ ପଦବୀ ପାଇଁ ସୁପାରିଶ କରିଥିଲେ ଏସଡିଓ ।  ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ପ୍ରଥମ ମାସର ଦରମା ପାଇବା ପରେ ପୁରୁଷତ୍ୱଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥାନ୍ତେ ଏସଡିଓ । ଟଙ୍କା ଦେବା  ପୂର୍ବରୁ ପୁରୁଷତ୍ୱ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ପୁରୁଷତ୍ୱ ୨୦ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଏସଡିଓ ।