ଭିଜିଲାନ୍ସ ଖୋଲୁଛି ପାଠକ ପେଡି । ବାପ-ପୁଅଙ୍କୁ ଘନଘନ ଘାଣ୍ଟୁଛି ଭିଜିଲାନ୍ସ, ଖୋଲୁଛି ଗୁମର ।

227

କନକ ବ୍ୟୁରୋ: ପାଠକ ବାପ-ପୁଅଙ୍କୁ ଘନଘନ ଘାଣ୍ଟୁଛି ଭିଜିଲାନ୍ସ । ଅଭୟକାନ୍ତ ପାଠକଙ୍କୁ ଭିଜିନ୍ସାରେ ପଚରା ଉଚରା । ପୁଅ ଆକାଶଙ୍କୁ ମଧ୍ୟ ଚାଲିଛି ଜେରା । ଆର୍ଥିକ କାରବାର ସହ ବିଭିନ୍ନ ଦିଗ ଉପରେ ପଚରାଉଚରା । କାଲ ରାତିରେ ଭିଜିଲାନ୍ସ ଅଫିସ ଆଣି ବାପାପୁଅଙ୍କୁ ଘନଘନ ଜେରା ଚଳାଇଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପାଠକ-ବାପାପୁ୍ଅଙ୍କୁ ଭିଜିଲାନ୍ସର ଜେରା । କୋଟିପତି ବାପପୁଅଙ୍କୁ ରିମାଣ୍ଡରେ ଆଣିଛି ଭିଜିଲାନ୍ସ ଏସଆଇଟି । ଉଭୟ ବାପା କଟକ ଅଫିସରେ ଝାଳବୁହା ଜେରା ଚାଲିଛି । କେଉଁଠୁ ଓ କିଭଳି ଅମାପ ସମ୍ପତି ଠୁଳ କଲେ ସେସବୁ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀମାନେ ଉଭୟଙ୍କୁ ପଚରାଉଚରା କରୁଛନ୍ତି । ଉଭୟଙ୍କୁ ପ୍ରଥମେ ମୁହାଁମୁହିଁ ଓ ପରେ ଅଲଗା ଅଲଗା ଜେରା କରାଯିବ ।

ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା କୁଆଡୁ ଆସିଲା ସେ ନେଇ ଚାଲିଛି ତନାଘନା । ଯେତେ ଯେତେ ତଦନ୍ତ ଆଗଉଛି ଅଭୟଙ୍କ କଳା ସମ୍ପତିର ସେତେ ଗୁମର ଖୋଲି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଅଧିକ ପଚରାଉଚରା ପାଇଁ ୩ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଜଣେ ସରକାରୀ ଚାକିରିଆ ହୋଇ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଲୁଟି ରାଜକୀୟ ଭାବେ ଜୀବନ ବିତାଉଥିବା ଭିଜିଲାନ୍ସ ତଦନ୍ତ ବେଳେ ସାମନାକୁ ଆସିଛି ।