ତହସିଲ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଅଭିଯୋଗ । ଲକ୍ଷେ ୨୦ହଜାର ଟଙ୍କା ଲାଂଚ କାରବାରରେ ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଅଭିଯୋଗ ।

355

କନକ ବ୍ୟୁରୋ: ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କ ବିରୋଧରେ ଲାଂଚ ନେଇଥିବା ଅଭିଯୋଗ । ଏହାସହ ତହସିଲର ଡାଟା ଏଂଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ବିରୋଧରେ ମଧ୍ୟ ଲାଂଚ ନେଇଥିବା ଅଭିଯୋଗ ହୋଇଛି । ଏହାସହ ଧନେଶ୍ୱର ସାହୁଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନସ ଟିମ୍ ।

ତେବେ ଏକ ଜମିଜମା ମାମଲାରେ ଧନେଶ୍ୱର ସାହୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛି । ଏଥିରେ ତହସିଲଦାର ରଶ୍ମୀରେଖା ପ୍ରଧାନ ବି ସାମିଲ ଥିବା ଅଭିଯୋଗ ହୋଇଛି । ଏହା ପରେ ରଶ୍ମୀରେଖା ପ୍ରଧାନ ଓ ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ କରୁଛି ।

ସବୁଠାରୁ ବଡ଼କଥା ହେଲା, ଯେତେବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୁର୍ନୀତିକୁ ମୂଳପୋଛ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଉ ଯେଉଁଠି ଦୁର୍ନୀତି ଗନ୍ଧ ବାରୁଛନ୍ତି ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେବେ ଜଣେ ଓଏଏସ ଅଫିସର ଲାଞ୍ଚ ନେବାବେଳେ ଧରାପଡ଼ିବା ଭଳି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ପୂର୍ବଭଳି ସମାନ ଢ଼ଙ୍ଗରେ ପଦପେକ୍ଷପ ନେଉଛନ୍ତି ନା କୋହଳ ମନୋଭାବ ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।