ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ: ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ଇନସପେକ୍ଟର

367

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଡିଭିଜିନର ଇନସପେକ୍ଟର ମାନସୀ ଜେନା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ଅଧିକାରୀ । ସରକାରୀ ଅଧିକାରୀଙ୍କଠାରୁ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ ।