କନିଷ୍ଠ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଜଳକା ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ । ୧୨ ପ୍ଲଟ ସମେତ କାର, ବାଇକ୍ ଓ ନଗଦ ଟଙ୍କା ଜବତ

242

କନକ ବ୍ୟୁରୋ: ବାବୁଙ୍କ ଉଭା ଯେତେ, ପୋତା ସେତେ । ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ମହାନ୍ତିଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ମାଲକାନଗିରି ଭଳି ପଛୁଆ ଜିଲ୍ଲାର ଏହି କୋଟିପତି ଅଫିସର ବେଆଇନ ଭାବେ କୋଟି କୋଟି ସଂପତି ଠୁଳ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

  • ମାଲକାନଗିରିର କୋଟିପତି କନିଷ୍ଠ ଯନ୍ତ୍ରୀ !
  • ଖୋଳ କରିଦେଇଛନ୍ତି ‘କାଡା’ ବିଭାଗ!

ସଞ୍ଜୟ କୁମାର ମହାନ୍ତି, ରାଜ୍ୟ ଜଳ ସଂପଦ ବିଭାଗର କନିଷ୍ଠ ଯନ୍ତ୍ରୀ । ବାବୁଙ୍କ ଉଭା ଯେତେ, ପୋତା ସେତେ । ମାଲକାନାଗିରି ଭଳି ପଛୁଆ ରାଜ୍ୟର ଏହି କୋଟିପତି ଅଫିସରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ । ପତ୍ନୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରି ସମ୍ପତ୍ତି ଖୋଳି ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି ଭିଜିଲାନ୍ସ ଅଧିକାରୀ । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ତଦନ୍ତ ବେଳେ ଭିଜିଲାନ୍ସକୁ ମିଳିଥିବା କୋଟିପତି ସଂଜୟଙ୍କ ସମ୍ପତ୍ତି କେତେ ଜାଣିରଖନ୍ତୁ…

  • ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଟାଉନରେ ରହିଛି ୧୧ଟି ପ୍ଲଟ
  • ଜଳେଶ୍ୱରର ଦେଉଳିପଞ୍ଚୁଘାଣ୍ଟରେ ରହିଛି ୧୦ ହଜାର ବର୍ଗଫୁଟର ତିନି ମହଲା ଘର
  • ଭୁବନେଶ୍ୱର ରଘୁନାଥପୁର ଛକ ଉପରେ ଏକ ଟୁ-ବିଏଚକେ ଫ୍ଲାଟ୍

ଏହାସହିତ ହୋଣ୍ଡାସିଟି କାର, ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା, ସୁନା ଗହଣା । ତେବେ ବ୍ୟାଙ୍କ, ପୋଷ୍ଟାଲ, ବୀମା ଇତ୍ୟାଦିର ଜମା ରାଶିକୁ ନେଇ ଖୁବଶୀଘ୍ର ଖୋଳତାଡ କରାଯିବ । ସଂପର୍କୀୟ ଘର ଏବଂ ପୈତୃକ ବାସଭବନର ଖୋଳତାଡ ଏବେ ବି ଜାରି ରହିଛି । ତେବେ ଏହି କୋଟିପତି ବାବୁଙ୍କ ଘରର ଚଟାଣ ଟାଇଲଠାରୁ ଆରମ୍ଭ କରି ସିଲିଂର ଝୁମର । କାନ୍ଥର ୱାଲ ପେପର ଠାରୁ ଆରମ୍ଭ କରି ଘରେ ଚକ ଚକ କରୁଥିବା ଆଂଟିକ ପିସ ପର୍ଯ୍ୟନ୍ତ ସବୁର ଟିକିନିଖି ହିସାବ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀ ମାନେ ଏବେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ,

  • କମ ଦିନରେ କେମିତି କୋଟିପତି ହେଲେ କନିଷ୍ଠ ଯନ୍ତ୍ରୀ?
  • ଆୟ ତୁଳନାରେ କେତେ ପ୍ରତିଶତ ବ୍ୟୟ କରିଛନ୍ତି ସଂଜୟ?
  • ପିସି କାରବାର ବନାଇ ଦେଇଛି କି କୋଟିପତି?
  • ସଂପର୍କୀୟଙ୍କ ନାଁରେ ରଖିଛନ୍ତି କି ସଂପତ୍ତି?