ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ : କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

Advertisment
ଏଏସଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ : କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

କନକ ବ୍ୟୁରୋ : ଓଡିଶା ମୋଟର ଭେଇକିଲ୍ ଡିପାର୍ଟମେଂଟର ଆସିଷ୍ଟାଂଟ ସବ ଇନିସପେକ୍ଟର ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ୪ଟି ଜିଲ୍ଲାର ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ହରେକୃଷ୍ଣଙ୍କ ଝାରସୁଗୁଡାସ୍ଥିତ ଭଡାଘର, ଆରଟିଓ କାର୍ଯ୍ୟାଳୟ ସମେତ କଟକ, ପୁରୀ ଏବଂ ଗଂଜାମ ସ୍ଥିତ ତାଙ୍କ ଘର ଓ ସଂପର୍କୀୟଙ୍କ ଘରେ ଭିିଜିଲାନ୍ସ ଚଢାଉ ଜାରି ରଖିଛି । ହରେକୃଷ୍ଣଙ୍କର ଏହି ସବୁ ସ୍ଥାନରେ ଦୁଇ ମହଲା କୋଠା ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏହି ରେଡରେ ୩ ଜଣ ଭିଜିଲାନ୍ସ ଡିଏସପି, ୧୦ ଜଣ ଇନ୍ସପେକ୍ଟରଙ୍କ ସହ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe