ଗୋଲାମୁଣ୍ଡା ବ୍ଲକ୍ ଖଲିଆକାନି-କଟିଆପଡା ନିର୍ମାଣରେ ଦୁର୍ନୀତି । ନିମ୍ନମାନର ରାସ୍ତାକାମ ଅଭିଯୋଗ ପରେ ଭିଜିଲାନ୍ସର ତଦନ୍ତ

76

କନକ ବ୍ୟୁରୋ : ନିମ୍ନମାନର ରାସ୍ତାକାମ ନେଇ ଅଭିଯୋଗ ପରେ ଭିଜିଲାନ୍ସ ଟିମର ଅନୁଧ୍ୟାନ । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅଧିନ ଖଲିଆକାନି କଟିଆପଡ଼ା ରାସ୍ତା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିଲା । ସମୁଦାୟ ଏକ କୋଟି ୬୩ ଲକ୍ଷ ୨୦ ହଜାର ଅଟକଳ ପରିମାଣରେ ହୋଇଥିଲା ଏହି ରାସ୍ତାକାମ ।

ରାସ୍ତା କାମ ନିମ୍ନ ମାନର ହୋଇଥିବା ନେଇ ଦୁର୍ନୀତି ବିରୋଧି ମହାସଂଘର ସଭାପତି ଶ୍ରୀ ବିନ୍ଦୁ ମହାନନ୍ଦ ଓ ଘାଷିରାମ ଜଗତ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଜୁନ ୨୯ ତାରିଖରେ ଅଭିଯୋଗ କରିଥିଲେ । କେସ ନମ୍ବର ଏଲ ୟାଇ ୩୭୦/୨୧ ଅନୁସାରେ ଅଭିଯୋଗକାରୀଙ୍କ ପକ୍ଷରୁ ମାନ୍ୟବର ଲୋକାୟୁକ୍ତ ଠାରେ ନିଜର ପକ୍ଷ ରଖିବା ପରେ ଗତ ୪ରେ ଭିଜିଲାନ୍ସ ତଦନ୍ତ ପାଇଁ ନିଦ୍ଦେଶ ଦେଇଥିଲେ । ଆଜି ଉକ୍ତ ରାସ୍ତାର ତଦନ୍ତ କରିଛନ୍ତି କଟକ ଭିଜିଲାନ୍ସ ଓ କଳାହାଣ୍ଡି ଭିଜିଲାନ୍ସ ସମେତ ଏକ ଟେକ୍ନିକାଲ ଟିମ୍ ।