ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଭିଜିଲାନ୍ସ କରିବ ତଦନ୍ତ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନର୍ଦ୍ଦେଶ ଦେଲେ ଲୋକାୟୁକ୍ତ

123

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସ ତଦନ୍ତ କରିବା ପରେ ହୁଏତ ଖୋଲିବ ପାଠକ ବାପା-ପୁଅଙ୍କ ସହ ସଂପର୍କର ପେଡି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନିତି ମାମଲା ରହିଛି ।

ସେହି ମାମଲାର ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ପ୍ରଦିପଙ୍କ ଆର୍ୟବହିର୍ଭୁତ ସମ୍ପତିର ଖୋଳତାଡ଼ କରିବ ଭିଜିଲାନ୍ସ । ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ ।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଲୋକାୟୂୁକ୍ତ ତଦନ୍ତ କରିବା ପାଇଁ ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଝାରପଡା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ ।