ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ

172

କନକ ବ୍ୟୁରୋ: ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ମାନସୀଙ୍କ ସହଯୋଗୀ ମୁକେଶ ସାହୁ ମଧ୍ୟ ଗିରଫ ହେଇଛନ୍ତି । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ମହିଳା ଇନ୍ସିପେକ୍ଟର ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡ଼ିଥିଲେ । ତାଙ୍କୁ ନିଜ ବିଭାଗର ଅଧିକାରୀ ହିଁ ଧରିଥିଲେ । ମହିଳା ଇନ୍ସିପେକ୍ଟର ମାନସୀ ଜେନାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ବାରମ୍ବାର ଆସୁଥିଲା । ତାଙ୍କ ଉପରେ ସତର୍କ ନଜର ରଖିଥିଲେ ବିଭାଗୀୟ ଭିଜିଲାନ୍ସ ୟୁନିଟ । ବରଗଡ଼ର ଜଣେ ଦଲାଲ ମୁକେଶ ସାହୁଙ୍କ ଜରିଆରେ ସେ ୧୦ ଳକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଥମେ ମୁକେଶ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ଜଣେ ସରକାରୀ କର୍ମଚାରୀଙ୍କ ମାମଲା ଦଫାରଫା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡିବା ପରେ ସଂପୃକ୍ତ ମହିଳା ଇନ୍ସପେକ୍ଟର ମାନସୀ ଜେନାଙ୍କ ନିକଟରେ ପହଁଚିଥିଲେ ଭିଜିଲାନ୍ସ ଅଧିକାରୀ । ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ଉଭୟ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।