ଅଫିସର କୋଟିପତି ହେଉଛନ୍ତି କେମିତି?  ମାସକ ମଧ୍ୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି ଅନେକ ସରକାରୀ ବାବୁ, ବାବୁଆଣୀ । 

ଅଫିସର କୋଟିପତି ହେଉଛନ୍ତି କେମିତି?  ମାସକ ମଧ୍ୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି ଅନେକ ସରକାରୀ ବାବୁ, ବାବୁଆଣୀ । 

କନକ ବ୍ୟୁରୋ: ରାଜ୍ୟରେ ଲଗାତାର ଭାବେ ଆକ୍ସନ ମୋଡକୁ ଆସୁଛି ଭିଜିଲାନ୍ସ । ଅଫିସରଙ୍କ ଉପରେ ରଖୁଛି ନଜର । ଅଫିସର କେମିତି ହେଉଛନ୍ତି କୋଟିପତି ।  ଆଜି ସଡକ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଘନ ଘନ ରେଡ୍ ହୋଉଛନ୍ତି ବିପୁଳ ଧନ ସମ୍ପତ୍ତି ଜବତ ହୋଇଥିବାବେଳେ ତାଙ୍କ ପୂର୍ବରୁ ମଧ୍ୟ ଅନେକ ଅଫିସରଙ୍କ ଘରେ ରେଡ ହୋଇ ବିପୁଳ ସମ୍ପତ୍ତି ଜବତ ହୋଇଛି ।

ଏଠି ପ୍ରଶ୍ନ୍ନ ଉଠୁଛି ଅଫିସର କୋଟିପତି ହେଉଛନ୍ତି କିପରି? ପୂର୍ବରୁ ଅବକାରୀ ବିଭାଗର ଯୁଗ୍ମ କମିଶନରଙ୍କ ଘରେ ଭିଜିଲାନ୍ସ ଚଢଉ କରି ଆଖିବୁଜା ସମ୍ପତ୍ତି ଜବତ କରିଥିଲା । ସେତିକି ନୁହେଁ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି, ଗୋଲମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ, ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଠିକଣାରେ ମଧ୍ୟ ଭିଜିଲାନ୍ସ ବ୍ୟାପକ ଧନସମ୍ପତ୍ତି ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe