ରାଜଧାନୀରେ ମହିଳା ଡିଏସପିଙ୍କ ଘରେ ମାତିଲେ ଲକଡାଉନ ଚୋର : ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା; , କମିଶନରରେଟ ପୋଲିସର ତଦନ୍ତ

ଘର ଆଗରେ ୧୦ ମିନିଟର ଆତଙ୍କରାଜ

687

କନକ ବ୍ୟୁରୋ : ରାଜଧାନୀରେ ମହିଳା ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ଘରେ ମାତିଲେ ଲକଡାଉନ ଚୋର । ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ୟୁନିଟ ୩ ସ୍ଥିତ ମହିଳା ଭିଜିଲାନ୍ସ ଡିଏସପିଙ୍କ ଘରେ ସକାଳ ୬ଟା ୪୫ ମିନିଟ ସମୟରେ ସରକାରୀ ବାସଭବନରୁ ହୋଇଛି ଲୁଟ୍ । ଘର ଓଳାଇବା ସମୟରେ ଦୁଇ ଜଣ ଦୁର୍ବୃତ ବନ୍ଧୁକ ଦେଖାଇ ସୁନା ଚେନ୍, କାନଫୁଲି ଲୁଟି ଫେରାର ହୋଇଯାଛନ୍ତି । ୧୦ ମିନିଟ ଧରି ଘର ସମ୍ମୁଖରେ ଆତଙ୍କରାଜ ଖେଳାଇଥିଲେ ଦୁଇ ଦୁର୍ବୃତ । କମିଶନରରେଟ ପୋଲିସ ଲୁଟ ଘଟଣାର ତଦନ୍ତ କରୁଛି ।