କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର । ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ରେ ଥିବା ଅଫିସ୍ ଓ ସରକାରୀ ବାସଭବନରେ ଚଢାଉ କରାଯାଉଛି ।

Advertisment

ଏହା ସହ ଭୁବନେଶ୍ୱର ବାଲିଅନ୍ତାରେ ଥିବା ଘର, ନୟାପଲ୍ଲୀରେ ଥିବା ଫ୍ଲାଟରେ ଚଢାଉ କରୁଛି ଭିଜିଲାନ୍ସ । ଜଗତସିଂପୁର ରଘୁନାଥପୁରରେ ଥିବା ପୈତୃକ ଘର, ମଣିଜଂଗାରେ ଥିବା ସଂପର୍କୀୟ ଘର ଓ ରାଜଗାଙ୍ଗପୁର ଓସିଏଲ୍ କ୍ୟାମ୍ପସରେ ଥିବା ସଂପର୍କୀୟଙ୍କ ଘରେ ରେଡ୍ ଚାଲିଛି । ଏହି ଚଢାଉରେ ୮ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର, ୫ ଜଣ ଏଏସ୍ଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି ।