ସକାଳେ ଶପଥ ନେଲେ , ଅପରାହ୍ନରେ ଭୁଲିଗଲେ..! ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର

ଗତକାଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ଲାଞ୍ଚ ନନେବାକୁ ଶପଥ ନେଇଥିଲେ ଅପରାହ୍ନରେ ଲାଞ୍ଚ ନେଇ ଧରାପଡ଼ିଲେ

1,356

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସିଡିପିଓ । ୧ ଲକ୍ଷ ୭୫ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କୋରାପୁଟ ନନ୍ଦପୁର ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ପ୍ରକଳ୍ପର କାର୍ଯ୍ୟରତ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଏକ ସ୍ୱୟଂସହାୟକ ଗୋଷ୍ଠୀ ଠାରୁ ବିଲ୍ ପାସ୍ କରାଇଦେବା ଏବଂ ଚୁକ୍ତି ନବୀକରଣ କରିବା ପାଇଁ ଲାଂଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହିତ ଗିରଫ କରିବା ସହିତ ତାଙ୍କର କାର୍ଯ୍ୟାଳୟ ଓ ଘରେ ଛାନଭିନ୍ କରିଛି ।

ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଗତ ସେପ୍ଟେମ୍ୱର ମାସର ବିଲ୍ ପାସ୍ କରିବାକୁ ସେ ଏହି ଲାଂଚ ନେଉଥିଲେ । ମହିଳା ସିଡିପିଓଙ୍କ ସେମିଳିଗୁଡା ବାସଭବନ ଓ ଅଫିସରେ ଚଢାଉ କରି ୮ ଜଣିଆ ଭିଜିଲାନ୍ସ ଟିମ୍ ଅନେକ କାଗଜପତ୍ର ଜବତ କରିଛି । ଗତକାଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ଲାଂଚ ନନେବାକୁ ଶପଥ ନେବା ପରେ ଅପରାହ୍ନରେ ଲାଂଚ ନେବା ବେଳେ ଧରାପଡିଥିଲେ । ସାରା ଅଂଚଳରେ ଏହି ଘଟଣା ଏବେ ଚର୍ଚା ସୃଷ୍ଟି କରିଛି ।