କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ପ୍ରବଣ ଅଂଚଳ ଭାବରେ ବିଶେଷ କରି ୩ଟି ଅଂଚଳକୁ କରୋନା ହଟସ୍ପଟ୍ ଚିହ୍ନଟ କରି ଏଗୁଡିକୁ କଟେଂନମେଂଟ ଅଂଚଳ ଭାବେ ସିଲ୍ କରାଯାଇଛି । ଏହି ଅଂଚଳ ଗୁଡିକୁ କେହି ପ୍ରବେଶ କରିପାରିବେ ନାହିଁ । ଏହି ହଟସ୍ପଟ୍ ଅଂଚଳରେ ଏବେ ଡ୍ରୋନ୍ ଜରିଆରେ ଦିନ ରାତି ନଜର ରଖୁଛି କମିଶନରେଟ୍ ପୋଲିସ । ବିଏମସି ଗାଡି ପହଁଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉଛି । ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ମାଇକ ଯୋଗେ ଅନୁରୋଧ କରୁଛି ପୋଲିସ । ଆକାଶରୁ ଡ୍ରୋନ୍ ରଖୁଛି ନଜର ।
ରାଜଧାନୀରେ କରୋନା ମୁକାବିଲାରେ ଡ୍ରୋନ୍: ତିନୋଟି କଂଟେନମେଂଟ ଅଂଚଳରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ପୋଲିସ କରୁଛି ନିବେଦନ
/kanak/media/post_attachments/wp-content/uploads/2020/04/20-6.jpg)