ବାତ୍ୟା ୟାସର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡାର ବିଭିନ୍ନ ଗାଁ ଜଳମଗ୍ନ : ଘରେ ପଶିଲା ପାଣି, ଭାଙ୍ଗିଲା ବଡ ବଡ ଗଛ, ଓ କଚ୍ଚା ଘର, ଉଡିଗଲା ଟିଣ ଛପର

345

କନକ ବ୍ୟୁରୋ : ବାତ୍ୟା ୟାସ ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଭଦ୍ରକ, କେନ୍ଦ୍ରାପଡା ,ଜଗତସିଂହପୁର ଓ ବାଲେଶ୍ୱରର ତଳିଆ ଅଂଚଳ ଜଳମଗ୍ନ ହୋଇଛି । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳରେ ଆହୁରି ଅଧିକ ପାଣି ଜମା ହେବ ବୋଲି ଆଶଙ୍କା କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜର କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

ବାଲେଶ୍ୱରରେ ମଧ୍ୟ ବାତ୍ୟ ୟାସ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତି ବର୍ଷା ପାଣି ପଶିଯାଇଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ରହିଛି ଗାଁ । ଗାଁ ଭିତରେ ଅଂଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସହାୟତା କରିଛନ୍ତି ।

ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବାତ୍ୟା ୟାସ ପ୍ରଭାବ ଦେଖିବାକୁ ମଳିିଛି । ବଡ ବଡ ଗଛ ଉପୁଡି ପଡିବା ସହ କେତେକ ସ୍ଥାନରେ ଘର ଦ୍ୱାର ନଷ୍ଟ ହୋଇଥିବା ଖବର ଆସିଛି । ଏଥିସହ ବର୍ଷା ଲାଗି ରହିଛି । ବର୍ଷା ଓ ପବନ କମିବା ପରେ ରାସ୍ତା ଉପରେ ପଡିଥିବା ଗଛକୁ ହଟାଇବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ବାତ୍ୟା ୟାସ ସ୍ଥଳଭାଗ ଛୁଇଛି । ବାତ୍ୟା ପ୍ରଭାବରେ ସମୁଦ୍ରର ଉଚ୍ଚ ଜୁଆର କୂଳରେ ମାଡ କରିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨ ରୁ ୪ ମିଟର ଉଚ୍ଚ ଜୁଆର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ତଳି ଅଂଚଳକୁ ମାଡି ଆସିବ । ଆଉ ଏ ହେଉଛି ବାଲେଶ୍ୱର ଚାନ୍ଦିପୁରର । ଆଜି ସକାଳୁ ଅତି ଭୟଙ୍କର ଭାବେ ଉଚ୍ଚ ଜୁଆର କୂଳରେ ମାଡ କରିଛି । ସେହିଭଳି ବାତ୍ୟା ୟାସ୍ ସ୍ଥଳଭାଗ ଅତିକ୍ରମ କରିବା ସମୟରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ତଳି ଅଂଚଳକୁ ୨ ମିଟର ଜୁଆର ମାଡି ଯାଇପାରେ ।

ସେପଟେ, ବାତ୍ୟା ୟାର ପ୍ରଭାବ ସମୁଦ୍ର ଉପକୂଳବର୍ତି ଗାଁ ଗୁଡ଼ିକରେ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତି ଅଂଚଳରେ ବର୍ଷା ପାଣି ପଶିଯାଇଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ରହିଛି ଗାଁ । ଏପରିକି ଗାଁ ଭିତରେ ଅଂଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସହାୟତା କରିଛନ୍ତି ।

ସେହିପରି ବାଲେଶ୍ୱର ଜାମକୁଣ୍ଡା ପଂଚାୟତର ତାଳପଦା ଗାଁରେ ପ୍ରବଳ ବେଗରେ ପାଣି ପଶିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । କଚା ବନ୍ଧ ଭାଙ୍ଗି ସମୁଦ୍ରର ଉଛୁଳା ପାଣି ଗାଁରେ ଘୁ ଘୁ ଗର୍ଜନ କରି ପଶିବାରେ ଲାଗିଛି । ବାଲେଶ୍ୱର ବାଲିଆପାଳର ପାକମୁଣ୍ଡି ଗାଁ ତଳିଆ ଅଂଚଳରେ ରହିଛି । ଏହି ଗାଁ ଭିତରେ ପାଣି ପଶିଯାଇଥିବା ବେଳେ ଲୋକେ ଅଂଟାଏ ପାଣିରେ ପଶି ଯାତୟତ କରୁଛନ୍ତି ।

ସେପଟେ ଭୋଗରାଇ ବ୍ଲକର ତାଳସାରି ବେଳାଭୂମି ସହିତ ସମୁଦ୍ର ତଟବର୍ତି ମଟିକେଂଚା,କିଟର୍ତନୀୟା ମୁହାଁଣର ବ୍ୟାପକ ଅଂଚଳରେ ୫ଫୁଟ ଉଚ୍ଚରେ ଜୁଆର ପାଣି ମାଡ଼ିଯାଇଛି । ବହୁ ଗାଁରେ ପାଣି ପଶିବା ସହ ଦୋକାନ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି ।