ଅସଲି ତାର୍ଜନଙ୍କ ମୃତ୍ୟୁ । ଜଙ୍ଗଲରେ ୪୧ ବର୍ଷ ରହିଲେ , ସମାଜ ଭିତରେ ୮ ବର୍ଷ ବି ତିଷ୍ଠିଲାନି ଜୀବନ ।

349

କନକ ବ୍ୟୁରୋ: ଜଙ୍ଗଲରେ ଆରାମରେ କଟୁଥିଲା ଜୀବନ । ହେଲେ ସାମାଜିକ ଜୀବନ ହେଲା କାଳ । ଭିଏତନାମର ରିଅଲ ତାର୍ଜନଙ୍କ ୫୧ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଜଙ୍ଗଲରେ ୪୧ ବର୍ଷ ସୁସ୍ଥ ନିରାମୟ ଜୀବନ ବିତାଉଥିବା ତାର୍ଜନ୍  ଜନ ସମାଜ ଭିତରେ କିନ୍ତୁ ୮ ବର୍ଷ ବି ତିଷ୍ଠି ପାରିନଥିଲେ ।ସଭ୍ୟ ସାମଜର ପ୍ରକ୍ରିୟାକୃତ ଖାଦ୍ୟ ସାଙ୍ଗକୁ ସୁରାପାନ ତାଙ୍କ ଜୀବନକୁ ବିପଦ ମୁଖରେ ପକାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।ଏ ହେଉଛି ରିଅଲ ତାର୍ଜନ ହୋ ଭାନ୍ ଲ୍ୟାଙ୍ଗଙ୍କ କାହାଣୀ ।

ଆପଣ ମୁଭିରେ ଦେଖିଥିବେ ତାର୍ଜନ ଷ୍ଟୋରୀ । ହେଲେ ବାସ୍ତବରେ ଜଣେ ତାର୍ଜନଙ୍କୁ ନେଇ ଆଲୋଚନା । ପିଲା ଦିନରୁ ଦେଖିନଥିଲେ ମଣିଷ ସମାଜ । ଭିଏତନାମର ଘନଞ୍ଚଜଙ୍ଗଲରେ କଟୁଥିଲା ଜୀବନ । ସେଠି ଦୀର୍ଘ ୪ ୧ ବର୍ଷ  ବିତିଲା । ଜଙ୍ଗଲରୁ ମିଳୁଥିବା ମହୁ, ଫଳମୂଳ ଖାଇବା ସହ ଗଛର ଚେର ଓ ପତ୍ରକୁ ମିଶାଇ ପ୍ରସ୍ତୁତ ବସ୍ତ୍ର ପିନ୍ଧୁଥିଲେ । ଆବ୍ୟାକ ଜଙ୍ଲି ଜନ୍ତୁଙ୍କୁ ପୋଡି ଖାଉଥିଲେ । କେବେ ଗଛ ଉପର ମଂଚା ତ ଆଉ କେବେ ପାହାଡ ଗୁମ୍ଫାରେ ବିତୁଥିଲା ଜୀବନ । ତଥାପି ଜୀବନ ଥିଲା ବେଶ୍ ସୁସ୍ଥ  ।ହେଲେ ତଥାକଥିତ ସିଭିଲାଇଜ୍ଡ ସୋସାଇଟି ହେଲା କାଳ । ଲିଭର କ୍ୟାନସରରେ ସୋମବାର ପ୍ରାଣ ହରାଇଛନ୍ତି ଲ୍ୟାଙ୍ଗ ।

ମେଲ ଅନଲାଇନ୍ ଓ ମିରର୍ ୟୁକେର ରିପୋର୍ଟ ମୁତାବକ, ୧୯୭୦ ଦଶକରେ ହୋଇଥିବା ଭିଏତନାମ ଯୁଦ୍ଧ ସମୟରେ  ଆମେରିକାର ଆକ୍ରମଣରେ ତାଙ୍କ ପରିବାରର ଅର୍ଦ୍ଧେକ ସଦସ୍ୟ ପ୍ରାଣ ହରାଇଥିଲେ । ତେଣୁ ଜୀବନ ବଞ୍ଚାଇବାକୁ ବାପା ହୋ ଭାନ୍ ଥାନଙ୍କ ସହ ଘନଞ୍ଚ ଜଙ୍ଗଲକୁ ଚାଲିଯାଇଥିଲେ ଲ୍ୟାଙ୍ଗ୍ । ଦୀର୍ଘ ୪୦ ବର୍ଷ ବାପାଙ୍କ ସହ ମାନବ ସମାଜ ତଥା ଆଧୁନିକ ସମାଜଠାରୁ ଦୂରରେ ଥିଲେ ଲ୍ୟାଙ୍ଗ୍  । ଏପରିକି ଦୁନିଆଁରେ ମହିଳାଙ୍କ ସ୍ଥିତି ବିଷୟରେ ମଧ୍ୟ ଅଜ୍ଞ ଥିଲେ । ଜଙ୍ଗଲରୁ ମିଳୁଥିବା ଫଳମୂଳ, ମହୁ ଖାଇବା ସହ ଜୀବଜନ୍ତୁଙ୍କୁ ପୋଡି ଖାଉଥିଲେ । 

ଲ୍ୟାଙ୍ଗଙ୍କ ବିଷୟରେ ୨୦୧୩ରେ ଜାଣିଥିଲେ କିଛି ଲୋକ । ତାଙ୍କ ପୂର୍ବ ଗାଁରେ ରଖିଥିଲେ । ସେତେବେଳକୁ ଲ୍ୟାଙ୍ଗଙ୍କ ବାପା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପହଂଛିଥିଲେ । ୪୧ ବର୍ଷ ଜଙ୍ଗଲରେ ସୁସ୍ଥ ଜୀବନ ବିତାଉଥିବା ଲ୍ୟାଙ୍ଗ୍ ଲୋକଙ୍କ ମେଳରେ ରହିଥିଲେ ସତ । ହେଲେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଗାଁକୁ ଆସିବା ପରେ ଲିଭର କ୍ୟାନସରରେ ପୀଡିତ ହୋଇ ଶେଷରେ ସୋମବାର ପ୍ରାଣ ହରାଇଛନ୍ତି । ବଣ୍ୟଜାତ ଖାଦ୍ୟ ଖାଇ ରୋଗ ମୁକ୍ତ ଥିବା ଲ୍ୟାଙ୍ଗକୁ ବୋଧହୁଏ କାଳ ହେଲା ପ୍ରକ୍ରିୟକରଣ ଖାଦ୍ୟ ଓ ମଦ୍ୟପାନ । ପ୍ରକୃତି କୋଳରେ ରହୁଥିବା ତାର୍ଜନଙ୍କୁ ବୋଧହୁଏ ସୁହାଇଲାନି ଆଧୁନିକ ଜୀବନ ଏଠିାର ଖାଦ୍ୟ ପେୟ । ଏହି ଘଟଣା ପରେ ଏବେ ପ୍ରାକୃତିକ ଓ ସଭ୍ୟ ସମାଜର ପ୍ରାର୍ଥକ୍ୟକୁ ତଉଲୁଛନ୍ତି ଲୋକେ ।