କନକ ବ୍ୟୁରୋ : ବକରିଦ୍ ସମୟରେ ଗୋଟିଏ ଗୋଟିଏ ଛେଳି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଘଟଣା ତ ନିଶ୍ଚୟ ଜାଣିଥିବେ । କିନ୍ତୁ କେବେ ଶୁମିଛନ୍ତି କି, ଲକ୍ଷ ଲକ୍ଷ ଟଙ୍କାରେ କୁକୁଡା ବିକ୍ରି ହେବା କଥା । ଏମିତି ଏକ କୁକୁଡା ପ୍ରଜାତି ଅଛି ଯାହାର ଗୋଟିଏ ଗୋଟିଏ କୁକୁଡାର ମୂଲ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥାଏ ।

Advertisment

ଭିଏତନାମାରେ ଡ୍ରାଗନ୍ କୁକୁଡା ନାଁରେ ଏକ କୁକୁଡା ପ୍ରଜାତି ପାଳନ କରାଯାଇଥାଏ । ଯାହାର ଗୋଟିଏ ଗୋଟିଏ କୁକୁଡାର ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ବର୍ତ୍ତମାନ ମିଳିଥିବା ଏକ ସୂଚନା ଅନୁସାରେ, ଏହି କୁକୁଡାର ମୂଲ୍ୟ ୨୦୦୦ଡଲାର୍ ବା ୧ଲକ୍ଷ ୬୩ହଜାର ୫୭୫ଟଙ୍କାରେ ବିକ୍ରି ହୋଇଛି । ଏହାକୁ ଡ୍ରାଗନ କୁକୁଡା ବ୍ୟତିତ ଡୋଙ୍ଗୋ ତାଓ କୁକୁଡା ନାମରେ ବି ଜଣାଯାଇଥାଏ ।

ତେବେ ଏହି କୁକୁଡା ଏତେ ଟଙ୍କାରେ ବିକ୍ରି ହେବା ପଛର କାରଣ ହେଉଛି, ଏହି କୁକୁଡାର ଗୋଡର ଚମଡା ବେସ୍ ସ୍ୱାଦିଷ୍ଟ । କୁକୁଡାର ଗୋଡ ଯେତେ ବଡ ହୋଇଥିବ କୁକୁଡାର ମାଂସ ସେତେ ସ୍ୱାଦିଷ୍ଟ ହୋଇଥାଏ । କେବଳ ଏହି କାରଣ ପାଇଁ ଏହି ପ୍ରଜାତିର କୁକୁଡାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାଏ ।