ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ କରି ନିଦ ବଟିକା ଖାଇଲେ ବିଦ୍ୟାଶ୍ରୀ । କଟକ ବଡ ଡାକ୍ତରଖାନାରେ ଭର୍ତି ।

266

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଠି ନଥିବାବେଳେ ଆଜି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ । ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ସେ  ଲାଇଭ ଭିଡିଓରେ କହିଛନ୍ତି ।

ଫେସବୁକ ଲାଇଭରେ ଏଭଳି ଚରମ ନିଷ୍ପତି ନେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ଭିଡିଓରେ ବିଦ୍ୟାଶ୍ରୀ କହୁଥିଲେ ସେ ଆଉ ବଂଚିବାକୁ ଚାହୁଁନାହାଁନ୍ତିି  । ଏହି ଭିଡିଓରେ ସେ କିଛି ନିଦ ବଟିକା ଖାଉଥିବାର ଦେଖିବାକୁ ମିଳୁଛି । ଏହି ଘଟଣା ପରେ ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନା ନିଆଯାଇଛି ।

ଆତ୍ମହତ୍ୟା ପୂର୍ବରୁ ବିଦ୍ୟାଶ୍ରୀଙ୍କ ହାତରେ ଥିବା ଏହି ଡାଏରୀରେ ସେ କାହିଁକି ଏଭଳି ଚରମ ନିଷ୍ପତି ନେବାକୁ ବାଧ୍ୟ ହେଲେ, ସେ କଥା ଲେଖିଥିବା କହିଛନ୍ତି । ଏବଂ ଏହି ଡାଏରୀରେ ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କୁ ଜାଣିଶୁଣି ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଜୁଲାଇ ମାସରେ ହଠାତ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ଲିଙ୍ଗରାଜ ଷ୍ଟେସନ ନିକଟରୁ ମୃତ ଦେହ ମିଳିଥିଲା । ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି । କିନ୍ତୁ ସୋସିଆଲ ମିଡିଆରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡାକୁ ଆତ୍ମହତ୍ୟାର କାରଣ ବୋଲି ଦର୍ଶା ଯାଇ ବିଦ୍ୟାଶ୍ରୀଙ୍କୁ ଟାର୍ଗେଟ କରାଗଲା ।