ବିନା ଗ୍ୟାରେଣ୍ଟିରେ ନିଅନ୍ତୁ ଶିକ୍ଷା ଋଣ ! ସରକାର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା: ଜାଣନ୍ତୁ କିଭଳି ଉଠାଇବେ ଏହି ଯୋଜନାର ଲାଭ

710

କନକ ବ୍ୟୁରୋ: ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ସମୟରେ ଆସୁଥିବା ଆର୍ଥିକ ବୋଝକୁ ହାଲୁକା କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଶିକ୍ଷା ଋଣ ଏବଂ ବ୍ୟାଙ୍କର ଅନ୍ୟାନ୍ୟ ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ଏହି ୱେବସାଇଟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ରହିଛି । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଅନୁଯାୟୀ ଛାତ୍ରମାନେ ୧୩ ଟି ବ୍ୟାଙ୍କରୁ ୧୨୬ ପ୍ରକାରର ଋଣ ପାଇପାରିବେ।

ଏହି ଯୋଜନା ଅଧୀନରେ ଛାତ୍ରମାନଙ୍କୁ ଋଣ ପାଇଁ କେବଳ ଗୋଟିଏ ଫର୍ମ ପୂରଣ କରିବାକୁ ପଡିବ । ଅର୍ଥାତ୍ ଛାତ୍ରମାନଙ୍କ ଭବିଷ୍ୟତ ଗଢିବାରେ ଅର୍ଥର କୌଣସି ଅସୁବିଧା ହେବ ନାହିଁ । ଏହା ବ୍ୟତୀତ, ଯଦି କେହି ଅଭିଭାବକ ବ୍ୟାଙ୍କ ଋଣ ବାବଦରେ ଅଭିଯୋଗ କରିବାକୁ ଚାହାଁନ୍ତି, ତେବେ ସେମାନେ ମଧ୍ୟ ଏହି ଯୋଜନାର ୱେବସାଇଟରୁ ଅଭିଯୋଗ କରିପାରିବେ । ଏହି ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ କୌଣସି ପ୍ରକାରର ସିକ୍ୟୁରିଟି ଜମା କରିବାର ଆବଶ୍ୟକତା ନାହିଁ । ଅର୍ଥାତ ଆପଣ ବିନା ଗ୍ୟାରେଣ୍ଟିରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ।