କନକ ବ୍ୟୁରୋ : ଦଶର ପ୍ରଥମ ସ୍ୱାଧାନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଧାରାବାହିକ ‘ବିଦ୍ରୋହୀ’ । ଆସନ୍ତା ଅକ୍ଟୋବର ମାସରେ ଷ୍ଟାର ପ୍ଲସରେ ଏହି ହିନ୍ଦୀ ଧାରାବାହିକ ପ୍ରସାରିତ ହେବ । ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଏହି ଧାରାବାହିକ ଆଧାରିତ ହୋଇଛି । ଇଂରେଜମାନଙ୍କ କଠୋଇ ଆଇନ ବିରୋଧରେ ପାଇକମାନେ କିପରି ବିଦ୍ରୋହ କରିଥିଲେ ତା’ ଉପରେ ପର୍ଯ୍ୟବେଶିତ ହୋଇଛି ଧାରାବାହିକ । ଧାରାବାହିକରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି ।
Yeh hai angrezon ke khilaaf khade hone waale sabse pehle Swatantrata Senani Baxi Jagabandhu ki kahani.
Dekhiye, #Vidrohi, jald hi StarPlus aur Disney+ Hotstar par.@hemal06@SHARADSMALHOTR1@Sulagna03@chaitralilokesh@DannySurapic.twitter.com/GpMjpkxNhQ— StarPlus (@StarPlus) September 21, 2021
୧୮୧୭ ମସିହା ଇଂରେଜ ଶାସନ ଅମଳରେ ଓଡ଼ିଶାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ । ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ସରଦ ମାଲହୋତ୍ରା । ଦୁଇ ରାଣୀ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ କିପରି ଇଂରେଜମାନଙ୍କ ସହ ଲଢିଥିଲେ ତା’ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ହୋଇଛି । ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ । ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିସ୍ ଶାସନଦ୍ବାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ।
ଯୁଦ୍ଧ ଡାକରା, ବିଦ୍ରୋହ, ମାତୃଭୂମି ଉପରେ ଅଧିକାର ସାବ୍ୟସ୍ତ ଆଦି ବିଷୟ ଆଧାରିତ ଏହି କାହାଣୀ କିଂବଦନ୍ତିରେ ଡୁବି ରହିଥିବା ଦେଶପ୍ରୀତି ପ୍ରତି ନୂତନ ଉଚ୍ଛ୍ବାସ ଜାଗ୍ରତ କରିବ। ଶରଦଙ୍କ ବ୍ୟତୀତ ଏହି ଧାରାବାହିକରେ ସୁଲଗ୍ନା ଫାଲଗୁନୀ, ହେମା ଇଙ୍ଗ୍ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସୌରଭ ଗୋଖ୍ଲେ, ନିଖିଳ ଦାମ୍ଲେ, ପ୍ରିୟା ଟଣ୍ଡନ୍, ଡାନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।