କନକ ବ୍ୟୁରୋ : ରାଜସ୍ଥାନ ଜୟପୁରର ବିଦ୍ୟାଧର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଫଳାଫଳ ଆସିଛି । ଏଠାରେ ରାଜ ପରିବାରର ରାଜକୁମାରୀ ଦୀୟା କୁମାରୀ ବହୁ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ବରିଷ୍ଠ ନେତା ସୀତାରାମ ଅଗ୍ରୱାଲଙ୍କୁ ପରାଜିତ କରିଛନ୍ତି । ଦୀୟା କୁମାରୀଙ୍କୁ ୧,୫୮,୫୧୬ ଟି ଭୋଟ ମିଳିଥିବା ବେଳେ କଂଗ୍ରେସର ସୀତାରାମଙ୍କୁ ୮୭,୧୪୮ ଖଣ୍ଡ ଭୋଯ ମଳିଛି ।

Advertisment

୨୦୧୩ ମସିହାରେ ସବାଇମାଧପୁର ଆସନରୁ ଦୀୟା କୁମାରୀ ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିଲେ । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ସେ ସାଂସଦ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପ୍ରଥମେ ବିଧାୟକରୁ ସାଂସଦ ଓ ପରେ ପୁଣି ସାଂସଦରୁ ବିଧାୟିକା ହୋଇଛନ୍ତି ଦୀୟା କୁମାରୀ ।

ନିଜର ସୁନ୍ଦରତା ଓ ଉତ୍ତମ ବୁଝାମଣା ପାଇଁ ଚର୍ଚ୍ଚାରେ ଥିବା ରାଜକୁମାରୀ ଦୀୟାଙ୍କ ରାଜନୈତିକ କ୍ୟାରିଅର ବେଶ୍ ସୁନ୍ଦର । ସେ ୨୦୧୩ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ  । ଏହାପରେ ବିଜେପି ତାଙ୍କୁ ସବାଇମାଧପୁର ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା ଓ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସମନ୍ଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେବଳ ସାଂସଦ ନୁହେଁ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ମଧ୍ୟ ଥିଲେ । ରାଜନୀତି ବ୍ୟତୀତ ସେ ନିଜର ଏକ ଏନଜିଓ ଚଳାଉଛନ୍ତି । ଏହାସହ ତାଙ୍କ ନିକର ସ୍କୁଲ ଓ ହୋଟେଲ ବ୍ୟବସାୟ ମଧ୍ୟ ରହିଛି ।