ବିଧାନ ପରିଷଦ ପାଇଁ ବିହାର ଯିବ ଓଡ଼ିଶା କମିଟି ! ଯିବେନି ବିଜେପି ଓ କଂଗ୍ରେସ ସଦସ୍ୟ

ବିଧାନ ପରିଷଦ ପାଇଁ ବିହାର ଯିବ ଓଡ଼ିଶା କମିଟି ! ଯିବେନି ବିଜେପି ଓ କଂଗ୍ରେସ ସଦସ୍ୟ

କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନ ନେଇ ଆଉ ପାଦେ ଆଗେଇଛନ୍ତି ସରକାର । ଜୁଲାଇ ୪ ଓ ୫ରେ ବିହାର ଗସ୍ତ କରିବ ବୋଲି ସୂଚନା ଦେଇଛନ୍ତି ବିଧାନ ପରିଷଦ କମିଟର ଅଧ୍ୟକ୍ଷ ନୃସିଂହ ଚରଣ ସାହୁ । ପରବର୍ତି ପର୍ଯ୍ୟାୟରେ ଏହି କମିଟି ପୁଣି ଆନ୍ଧ୍ରପ୍ରେଦଶ ଗସ୍ତ କରିବ । ପୂର୍ବରୁ ୨୦୧୬ରେ ଏହି କମିଟି ୨ଟି ରାଜ୍ୟ ଗସ୍ତ କରିଥିଲା । ତେବେ ବିଧାନ ପରିଷଦ ଗଠନକୁ ବିରୋଧ କରିଛନ୍ତି ବିରୋଧୀ ଦଳ । କେବଳ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ବିଧାନ ପରିଷଦର ଗଠନ କରାଯାଉଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

publive-image୨୦୧୫ ମସିହାରେ ସାଧାରଣ ନିର୍ବାଚନ ପରେ ପରେ ବିଧାନ ପରିଷଦ ଗଠନ ନେଇ ଘୋଷଣା କରିଥିଲେ ନବୀନ । ଦଳୀୟ ଅସନ୍ତୁଷ୍ଟ ନେତା ଓ ଟିକେଟ ପାଇନଥିବା ନେତାଙ୍କୁ ଥଇଥାନ ପାଇଁ ବିଧାନ ପରିଷଦ ଗଠନ କରାଯାଉଥିବା ଚର୍ଚ୍ଚା ହୋଇଥିଲା । ତେବେ କିଛି ଦିନର ଚର୍ଚ୍ଚା ପରେ ବିଧାନ ପରିଷଦ ଗଠନକୁ ନେଇ ହେଉଥିବା ଚର୍ଚ୍ଚା ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା । ପୂର୍ବରୁ ମଧ୍ୟ କମିଟି ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ଉଭୟ ରାଜ୍ୟର ବିଧାନ ପରିଷଦ କାର୍ୟ୍ୟଧାରା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ସୁଦ୍ଧା ରାଜ୍ୟରେ ଗଠନ ହୋଇ ପାରି ନଥିଲା ବିଧାନ ପରିଷଦ । ତେବେ ବିରୋଧୀ ବିଜେପି କହିବା ମୁତାବକ ଯେହେତେୁ ନିର୍ବାଚନ ପାଖେଇ ଆସିଛି ପୁଣି ନବୀନ ବାବୁଙ୍କର ବିଧାନ ପରିଷଦ କଥା ମନେ ପଡିଛି ।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଧାନ ପରିଷଦ ଗଠନ କରାଯାଇ ଥାଏ । କିନ୍ତୁ ଓଡିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ରାଜ୍ୟରେ ବୃହତ ବିଧାନ ପରିଷଦ କାର୍ୟ୍ୟ କରୁଥିବା ସୁଚନା ମିଳିଛି । ତେବେ ବିଧାନ ପରିଷଦ ସଦସ୍ୟମାନେ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥାନ୍ତି । ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକିଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କର ବିଧାନ ପରିଷଦ ଗଠନକୁ ନେଇ ଚିନ୍ତା କରିବା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ୨୦୧୫ରୁ କ’ଣ ପାଇଁ ଏହି କମିଟି ବିଧାନ ପରିଷଦ ପ୍ରକିୟା, ପ୍ରଣାଳୀର ଅନୁଧ୍ୟାନ କରିବା ପାଇଁ ଯାଉ ନଥିଲେ? ଏବଂ ୩ ବର୍ଷ ପରେ ମନେ ପଡିଥିବା ବିଧାନ ପରିଷଦ ଗଠନ ସମ୍ପୂର୍ଣ୍ଣ ହୋଇ ପାରିବ ତ? ଏଭଳି ଅନେକ ପ୍ରଶ୍ନ ଏବେ ସାଧରଣରେ ଚର୍ଚ୍ଚା ହେବା ସ୍ୱଭାବିକ ।ଏହାଛଡ଼ା ଏହି କମିଟିରେ ଥିବା ସଦସ୍ୟ ତଥା କଂଗ୍ରେସ ବିଧାୟକ ଭୁଜବଳ ମାଝି ଏହି ଗସ୍ତକୁ ବୟକଟ କରିଛନ୍ତି । ପୂର୍ବରୁ ବିଜେପି ବିଧାୟକ ମଧ୍ୟ ବିଧାନ ପରିଷଦ ଗଠନକୁ ନେଇ ହେଉଥିବା ଗସ୍ତକୁ ବୟକଟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe