ଚର୍ଚ୍ଚା ସାଉଁଟୁଛି ବିରାଟ କୋହଲି, ଗୌତମ ଗମ୍ଭୀରଙ୍କ ଭିଡିଓ: ପଡିଆ ଭିତରେ ଗପସପ ସହ ପରସ୍ପରକୁ କଲେ ଆଲିଙ୍ଗନ

368

କନକ ବ୍ୟୁରୋ: ଆଇପିଏଲ ୧୦ତମ ମ୍ୟାଚରୁ ଆସିଲା ରୋଚକ ଦୃଶ୍ୟ ।କ୍ରିକେଟ ପଡିଆରେ ପରସ୍ପରକୁ ଆଲିଙ୍ଗନ କଲେ ବିରାଟ କୋହଲୀ-ଗୌତମ ଗମ୍ଭୀର । କୋଲକାତା ନାଇଟ ରାଇଡରଠୁ ଆରସିବି ମ୍ୟାଚ ହାରିଛି । ତଥାପି ପଡିଆ ଭିତରେ ଧ୍ୟାନ ଆକର୍ଷଣ କରିଥିଲା କୋହଲୀ-ଗମ୍ଭୀରଙ୍କ ଏହି କିଛି ଫଟୋ ଓ ଭିଡିଓ । ପଡିଆକୁ ଆସିଥିଲେ କୋଲକାତା ନାଇଟ ରାଇଡର ମେଂଟର ଗୌତମ ଗମ୍ଭୀର । ଏହି ସମୟରେ କୋହଲୀଙ୍କୁ ଭେଟିଥିଲେ ଗମ୍ଭୀର । କିଛି ସମୟର କଥାବାର୍ତା ଓ ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଉଭୟ । ତେବେ ପ୍ରଶଂସକଙ୍କ ମନରେ ଆଶଙ୍କା ଥିଲା ହୁଏତ ପୁଣି ଥରେ କୋହଲୀ ଓ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହେବେ । ତେବେ ସେମିତି କିଛି ହୋଇନଥିଲା । ବଂର ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲୋ ସବୁଠୁ ମଜାଳିଆ କଥା ହେଉଛି ଗମ୍ଭୀର ଓ କୋହଲୀଙ୍କ ହାତ ମିଶାଇବା, ଆଲିଙ୍ଗନ କରିବା ଘଟଣା ଉପରେ କମେଟିଂ୍ର କରି ରବି ଶାସ୍ତ୍ରୀ କହିଥିଲେ ଏହି ଦୃଶ୍ୟ ବେଶ ଖୁସି ଆଣିଛି । କିଛି ବର୍ଷ ପୂର୍ବରୁ ଗମ୍ଭୀର ଓ କୋହଲୀଙ୍କ ମଧ୍ୟରେ ପଡିଆ ଭିତରେ ହୋଇଥିବା ତୁତୁମେମେ ବେଶ ଚର୍ଚ୍ଚା ସାଉଁଟିିଥିଲା । ଏହା ପରେ ପ୍ରଥମ ଥର ପାଇଁ ଉଭୟଙ୍କୁ କୁଲ ଅନ୍ଦାଜରେ ଦେଖିବାକୁ ମିଳିଛି ।ସେପଟେ ଘଟଣା ଉପରେ ଦିଲ୍ଲୀ ପୁଲିସ ଏକ ମଜାଳିଆ ସୋସିଆଲ ମିଡିଆ ପୋଷ୍ଟ କରିଛି ।