ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମାଡ ମାରିଲେ ଝାଡୁଦାର: କଳାହାଣ୍ଡି କେସିଙ୍ଗା ବ୍ଲକରେ ସରପଂଚଙ୍କ ଉପସ୍ଥିତିରେ ଘଟଣା; ଭିଡିଓ ଭାଇରାଲ ପରେ ଘଟଣାର ଆପୋସ ସମାଧାନ ପାଇଁ ପ୍ରୟାସ

312

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମାଡ । କଳାହାଣ୍ଡି କେସିଙ୍ଗା ବ୍ଲକ ତୁର୍ଲାଖମନ ଟିଏମସିରେ ଜଣେ ଯୁବକଙ୍କୁ ମାଡ ମାରିଛନ୍ତି ସେଠି କାର୍ଯ୍ୟ କରୁଥିବା ଜଣେ ସୁଇପର । ଏପରିକି ସୁଇପର ଜଣଙ୍କ ଯୁବକଙ୍କୁ ମାଡ ମାରୁଥିବା ସମୟରେ ପାଖରେ ଉପସ୍ଥିତ ଅଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ସରପଂଚ । ହେଲେ ସେ ସୁଇପରକୁ କିଛି କହୁନାହାଁନ୍ତି । ସେହି ସମୟର ଏକ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଭିଡିଓ ଭାଇରାଲ ହେବା ପରେ ବିଡିଓ ଘଟଣାସ୍ଥଳକୁ ଯାଇ ଆପୋଷ ସମାଧାନ କରିଛନ୍ତି । କିନ୍ତୁ ଟିଏମସି ପରି ସଂଗରୋଧ ସ୍ଥାନରେ କିଭଳି ଏପରି ଘଟଣା ଘଟିଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ପ୍ରବାସୀ ଶ୍ରମିକଙ୍କୁ ଟିଏମସିରେ ସରକାର ଅତିଥି ବୋଲି କହୁଥିବାବେଳେ ଏପରି ମାଡ ମରାଯିବା ଘଟଣା ସାମନାକୁ ଆସିବା ପରେ ଏମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.