କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ମାଡ । କଳାହାଣ୍ଡି କେସିଙ୍ଗା ବ୍ଲକ ତୁର୍ଲାଖମନ ଟିଏମସିରେ ଜଣେ ଯୁବକଙ୍କୁ ମାଡ ମାରିଛନ୍ତି ସେଠି କାର୍ଯ୍ୟ କରୁଥିବା ଜଣେ ସୁଇପର । ଏପରିକି ସୁଇପର ଜଣଙ୍କ ଯୁବକଙ୍କୁ ମାଡ ମାରୁଥିବା ସମୟରେ ପାଖରେ ଉପସ୍ଥିତ ଅଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ସରପଂଚ । ହେଲେ ସେ ସୁଇପରକୁ କିଛି କହୁନାହାଁନ୍ତି । ସେହି ସମୟର ଏକ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଭିଡିଓ ଭାଇରାଲ ହେବା ପରେ ବିଡିଓ ଘଟଣାସ୍ଥଳକୁ ଯାଇ ଆପୋଷ ସମାଧାନ କରିଛନ୍ତି । କିନ୍ତୁ ଟିଏମସି ପରି ସଂଗରୋଧ ସ୍ଥାନରେ କିଭଳି ଏପରି ଘଟଣା ଘଟିଲା ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ପ୍ରବାସୀ ଶ୍ରମିକଙ୍କୁ ଟିଏମସିରେ ସରକାର ଅତିଥି ବୋଲି କହୁଥିବାବେଳେ ଏପରି ମାଡ ମରାଯିବା ଘଟଣା ସାମନାକୁ ଆସିବା ପରେ ଏମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/20-9.jpg)
/kanak/media/post_attachments/wp-content/uploads/2020/07/collager.jpg)