ବ୍ୟବସାୟୀଙ୍କୁ ଷ୍ଟିଲ ଛଡରେ ପିଟିବାର ସାଂଘାତିକ ଚିତ୍ର: ଦାଦା ବଟି ନଦେବାରୁ ବ୍ୟବସାୟୀଙ୍କୁ ଆକ୍ରମଣ; ସମ୍ବଲପୁରରେ ମାର୍କେଟ କଂପ୍ଲେକ୍ସ ସାମ୍ନାରେ ଦାଦାଗିରି ଦେଖାଇଲେ ୨ ଯୁବକ

୮ ଦିନ ହେଲା ବୁଲୁଛି ଭିଡିଓ କାର୍ଯ୍ୟାନୁଷ୍ଠାନ ଶୂନ

471

କନକ ବ୍ୟୁରୋ: କରୋନା ସଂକ୍ରମଣର ଭୟ ଭିତରେ ବି ସକ୍ରିୟ ହୋଇ ଉଠିଛନ୍ତି ଅପରାଧୀ ଗୋଷ୍ଠୀ । ଦାଦା ବଟି ପାଇଁ ରାସ୍ତା ଉପରେ ଷ୍ଟିଲ ଛଡ ଧରି ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଦୁର୍ବୃତ । ସମ୍ବଲପୁର ସହର ଚେରୁଆପଡା ଠାରେ ଥିବା ମାର୍କେଟ କଂପ୍ଲେକ୍ସ ଆଗରେ ହୋଇଥିବା ଏହି ଆକ୍ରମଣ ଦୃଶ୍ୟର ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି । ଦାଦା ବଟିକୁ ନେଇ ଗତ ୧୭ ତାରିଖରେ ବ୍ୟବସାୟୀ ଦେବାଶିଷ ପତିଙ୍କୁ ଷ୍ଟିଲ ଛଡରେ ମରଣାନ୍ତଙ୍କ ଆକ୍ରମଣ କରିଛନ୍ତି ଦୁଇ ଜଣ ଯୁବକ । ସେହି ସମୟରେ ମାର୍କେଟ କଂପ୍ଲେକ୍ସର ଅନ୍ୟ ଏକ ବ୍ୟବସାୟୀ ଦେବାଶିଷଙ୍କୁ ଉଦ୍ଧାର କରିବାକୁ ଆସିଥିବା ବେଳେ ଦୁଇ ଦୁର୍ବୃତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହାଦେଖି ଭୟରେ କେହି ପାଖକୁ ଯାଇନଥିଲେ ।

ଦୁର୍ବୃତଙ୍କ ଆକ୍ରମଣରେ ବ୍ୟବସାୟୀ ଦେବାଶିଷ ପତିଙ୍କୁ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଦେହର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବାରୁ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଦେବାଶିଷଙ୍କୁ କିଛି ଦୁବ ର୍ୃତ ଦାଦାବଟି ମାଗିଥିଲେ । ହେଲେ ଦେବାଶିଷ ତାଙ୍କ କଥା ନ ଶୁଣିବାରୁ ଧମକ ଚମକ ଦେଇ ଦେଖିନେବେ ବୋଲି ଚେତାବନୀ ଦେଇଥିଲେ । ହେଲେ ବଦମାସଙ୍କୁ ଦେବାଶିଷ ଖାତିର ନକରିବାରୁ ଜୁଲାଇ ୧୭ତାରିଖରେ ଦବଦବା ଜାହିର କରିବାକୁ ଯାଇ ଆକ୍ରମଣ କରାଯାଇଥିବା ଚର୍ଚ୍ଚା ହେଉଛି ।