ଯୁବକଙ୍କୁ ଗୋପ ତହସିଲଦାରଙ୍କ ମାଡ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବାରୁ ମାରିଲି

113

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିଲେ ଗୋପ ତହସିଲଦାର । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବାରୁ ମାରିଲେ ମାଡ । କୋଣାର୍କ ସୂର୍ଯ୍ୟମନ୍ଦିର ବେଢାରୁ ବାଲି କାଢିବା ଘଟଣାରେ ତଦନ୍ତ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ତହସିଲଦାର ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି । ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଯୁବକ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେଇଥିବାରୁ ତାଙ୍କୁ ମାଡ ମାରିଥିବା କହିଛନ୍ତି ତହସିଲଦାର ।

Comments are closed.