ଶ୍ରୀକ୍ଷେତ୍ରକୁ ଏମିତି ସମ୍ମାନ ! ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ । ମେଘନାଦ ପାଚେରୀ କଡରେ ପରିସ୍ରା କରୁଛନ୍ତି ଲୋକେ । ବଡ ପ୍ରଶ୍ନ, ପ୍ରଶାସନର ନଜର ପଡୁନି କେମିତି ।

473

କନକ ବ୍ୟୁରୋ : ସ୍ୱଚ୍ଛ ଭାରତର ଆହ୍ୱାନ ଦିଆଯାଉଥିବାବେଳେ ରାସ୍ତାକଡ ଓ ପାଚେରୀ କଡରେ ପରିଶ୍ରା କରିବାର ଖରାପ ଅଭ୍ୟାସ ଏବେ ବି ଅଛି । ସ୍କୁଲ ପାଚେରୀ ହେଉ ବା କୌଣସି ଅଫିସ କାର୍ଯାଳୟର ପାଚେରୀ ନିରୋଳା ଦେଖି କିଛି ଲୋକ ଏସବୁ ଜାଗାକୁ ପରିଶ୍ରା କରିବାର ଜାଗା ବୋଲି ଭାବିନିଅନ୍ତି । ହେଲେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିରର ପାଚେରୀ ବି ବେଳେ ବେଳେ ଏଥିରୁ ବାଦପଡେନି ।

ଆଉ ଯେତେବେଳେ ଓଡିଶା ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମେଘନାଦ ପାଚେରୀ କଥା ଆସେ, ଭକ୍ତି ଓ ଶ୍ରଦ୍ଧାରେ ମୁଣ୍ଡ ନଇଁଯାଉଥିବାବେଳେ ଦେଖନ୍ତୁ ଏ ଚିତ୍ରକୁ ।

ଏହି ବ୍ୟକ୍ତିମାନେ ଆସ୍ଥା ଓ ବିଶ୍ୱାସ ସହ ଜଡିତ ମେଘନାଦ ପାଚେରୀ କଡରେ ପରିଶ୍ରା କରୁଛନ୍ତି । ମେଘନାଦ ପାଚେରୀରୁ ଜବରଦଖଲ ଉଚ୍ଛେଦ କରି ଏହାକୁ ସୁନ୍ଦର କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ବଡଦାଣ୍ଡରୁ ଦୂରରୁ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହାରି ଭିତରେ କିଛି ଲୋକ ପରିଶ୍ରା କରିବା ପାଇଁ ମେଘନାଦ ପାଚେରୀ କଡକୁ ପ୍ରକୃଷ୍ଟ ଜାଗା ବୋଲି ବାଛିନେଇଛନ୍ତି । ହେଲେ ପ୍ରଶାସନର ଏହା ଉପରେ ନଜର ପଡୁନି ।