ସାମ୍ନାକୁ ଆସିଲା ସିଦ୍ଧୁ ମୁସେୱାଲା ହତ୍ୟାକାରୀଙ୍କ ଲୋମଟାଙ୍କୁରା ଭିଡିଓ । କାର ଭିତରେ ବନ୍ଧୁକ ଧରି ଖୁସୀ ମନାଉଛନ୍ତି ୫ ସୁଟର

372

କନକ ବ୍ୟୁରୋ : ଲୋକପ୍ରିୟ ପଞ୍ଜାବୀ କଣ୍ଠଶୀଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିଯୁକ୍ତମାନେ ଏକ କାର ଭିତରେ ବନ୍ଧୁକ ଧରି ଖୁସୀ ମନାଉଛନ୍ତି । ଆଉ ଏହି ଭିଡିଓଟି ସେମାନେ ହତ୍ୟା କରିବା ପରେ ସୁଟ୍ କରିଥିବା ପୋଲିସ କହିଛି ।
କାରରେ ୫ ଜଣ ଯୁବକ ଥିବା ଦେଖିବାକୁ ମିଳିଛି । ସମସ୍ତେ ବନ୍ଧୁକ ଧରି ହସୁଥିବାର ଦେଖିବାକୁ ମିଳିଛି । ଭିଡିଓଟିକୁ ପୁଲିସ ୧୯ ବଷିୟ ଅଭିଯୁକ୍ତ ଅଙ୍କିତ ଶିର୍ଶାଙ୍କ ମୋବାଇଲରୁ ଜବତ କରିଛି । ଦିଲ୍ଲୀ ପୁଲିସ ରବିବାର ରାତିରେ ଦିଲ୍ଲୀର ଏକ ବସ ଟର୍ମିନାଲରୁ ଅଙ୍କିତଙ୍କ ସହ ସଚିନ ଭିୱାନୀଙ୍କୁ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ସୁଟର ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତ ଗ୍ୟାଙ୍ଗ୍ଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ଗ୍ୟାଙ୍ଗର ବୋଲି ସେମାନେ ପୁଲିସ ଆଗରେ ମାନିଛନ୍ତି । ଅଙ୍କିତ୍ ମୁସେୱାଲାଙ୍କ ପାଖରୁ ୬ ରାଉଣ୍ଡ ଗୁଳି ଚଳାଇଥିବା ଦିଲ୍ଲୀ ପୁଲିସ ସୁତ୍ରରୁୁ ଖବର ମିଳିଛି । ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟ ସୁଟରମାନଙ୍କୁ ଏକଜୁଟ କରିବାରେ ସଚିନ ଭିୱାନୀଙ୍କ ହାତ ଥିବା ପୁଲିସ ଜାଣିବାକୁ ପାଇଛି । ସଚିନ ଗତ ୨୦୨୧ ଅକ୍ଟୋବର ମାସରେ ଜେଲରୁ ବାହାରକୁ ଆସିଥିଲା । ହରିୟାଣାର ବାସିନ୍ଦା ସଚିନ ରାଜସ୍ଥାନରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।