ସମ୍ପୁର୍ଣ୍ଣ ସୁସ୍ଥ ମଣିଷଟିଏ ରାସ୍ତାରେ ଚାଲିଯାଉଛି ଏବଂ ଗୋଟିଏ ପାହୁଣ୍ଡ ପାଦ ବଢାଉଛି କି ନାହିଁ ତା ସହ ଘଟିଯାଉଛି ଏକ ବଡ ଅଘଟଣ । ହଁ ଆଜ୍ଞା ରାଜସ୍ଥାନର ସିରୋହୀରେ ଘଟିଛି ଏଭଳି ଏକ ଛାତି ଥରାଇଦେଲା ଭଳି ଘଟଣା । ରାସ୍ତାରେ ଯାଉଥିବା ଲୋକଟି ପାଦ ଆଗକୁ ବଢାଇଲା ବେଳେ ହଠାତ୍ ଧସିଯାଉଛି ମାଟି ଏବଂ ମାଟି ଭିତରକୁ ପଶିଯାଉଛି ଲୋକଟି । ଏଭଳି ଏକ ଅଜବ ଅଘଟଣକୁ ପ୍ରଥମେ ଲୋକମାନେ ଭୁମିକମ୍ପ ବୋଲି ଭାବିଲେ କିନ୍ତୁ ପରେ ଜଣାପଡିଲା ଯେ ମାଟି ତଳେ ନାଳ ରହିଥିଲା ଯେଉଁ କାରଣରୁ ମାଟି ତଳକୁ ଖସିଯାଇଥିଲା ।

Advertisment

କେହି କିଛି ଭାବିବା ପୂର୍ବରୁ ହଠାତ୍ ମାଟି ତଳକୁ ଖସି  ଯାଇଥିଲା । ଉପସ୍ଥିତ ଭିଡ କିଛି ସମୟ ପରେ ମାଟି ଭିତରକୁ ଖସି ଯାଇଥିବା ଲୋକଟିକୁ ବାହାରକୁ କାଢିଥିଲେ । ଏହି ଘଟଣାରେ ଏବେ ଦୁଇ ଜଣ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି ।