ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭିଡିଓ । ଫେସବୁକ ଲାଇଭ ମଝିରେ ଝିଅ ସହ କଥା ହେଲେ ଜେସିଣ୍ଡା ଆର୍ଡନ୍ । ଭିଡିଓ ହେଲା ଭାଇରାଲ

Advertisment
ଚର୍ଚ୍ଚାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭିଡିଓ । ଫେସବୁକ ଲାଇଭ ମଝିରେ ଝିଅ ସହ କଥା ହେଲେ ଜେସିଣ୍ଡା ଆର୍ଡନ୍ । ଭିଡିଓ ହେଲା ଭାଇରାଲ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ହୋଇ ଦେଶ ଚଳାଉଛନ୍ତି । ହେଲେ ଭୁଲିନାହାଁନ୍ତି ମାଆର କର୍ତ୍ତବ୍ୟ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ୍ ନିଜ ଭୂମିକାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । କୋଭିଡ୍ ସ୍ଥିତି ନେଇ ଫେସବୁକ୍ ଲାଇଭ ଜରିଆରେ ଦେଶବାସୀଙ୍କ ସହ ଆଲୋଚନା କରିବା ସମୟରେ ଡାକ ପକାଇଥିଲେ ତାଙ୍କ ଝିଅ । ଆଉ ପ୍ରଧାନମନ୍ତ୍ରୀ ଆର୍ଡନ୍ ନିଜ ଝିଅକୁ କହିଥିଲେ, ତମେ କାହିଁକି ଏ ପର୍ଯ୍ୟନ୍ତ ଶୋଇ ନାହଁ । ଫେସବୁଲ ଲାଇଭ୍ ସମୟରେ ଝିଅ ସହ କଥାହେବାର ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନ୍ୟୁଜିଲାଣ୍ଡ ପ୍ରଧାମନମନ୍ତ୍ରୀ ଜେସିଣ୍ଡା ଆର୍ଡନ ି ହସି ହସି ନିଜ ୩ ବର୍ଷୀୟ ଝିଅ ନିଭି ସହ କଥା ହୋଇଥିଲେ । କୋଭିଡ ସ୍ଥିତି ନେଇ ଫେସବୁକ୍ ଲାଇଭ ଜରିଆରେ ଦେଶାବାସୀଙ୍କୁ ବାର୍ତ୍ତା ଦେବା ସମୟରେ ମଝିରେ ମାଆ ବୋଲି ଡାକିଥିଲେ ପ୍ରଧାନମନ୍ତ୍ରୀ ଆର୍ଡନଙ୍କ ୩ ବର୍ଷୀୟ ଝିଅ । ଆଉ ଫେସବୁକ୍ ଲାଇଭରେ ହିଁ ନିଜ ଝିଅ ସହ ବେଶ ସ୍ନେହଭରା ଶୈଳୀରେ କଥା ହୋଇଥିଲେ ଜେସିଣ୍ଡା ଆର୍ଡନ । ନିଜ ଝିଅକୁ ସେ ଶୋଇବାକୁ କହିଥିଲେ । ଏହାସହ ଫେସବୁଲ ଲାଇଭରେ ତାଙ୍କ ଭିଡିଓ ଦେଖୁଥିବା ଦର୍ଶକଙ୍କୁ ଭୁଲ ମାଗିଥିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ।

ସେ କହିଥିଲେ, - “ଏହା ହେଉଛି ଶୋଇବା ସମୟର ସମସ୍ୟା.. ମୁଁ ଭାବିଥିଲି ଏହା ଫେସବୁଲ ଲାଇଭ କରିବାର ସବୁଠାରୁ ଭଲ ସମୟ.. କାରଣ ମୋ ଝିଅ ଏବେ ଶୋଇସାରିଛି.. ତେବେ ମୋ ଭଳି ଆହୁରି କିଏ ଅଛନ୍ତି, ଯେଉଁମାନଙ୍କ ପିଲା ଶୋଇବା ଭିତରେ ତିନି, ଚାରି ଥର ଉଠନ୍ତି.. ଯାହା ହେଉ ମୋ ମାଆ ଏବେ ମୋ ପାଖରେ ଅଛନ୍ତି..”

ପ୍ରଧାନମନ୍ତ୍ରୀ ଆର୍ଡନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହେବାର ଏତେ ବଡ ଦାୟିତ୍ୱ ଭିତରେ ନିଜ ଝିଅର ଯତ୍ନ ନେବାରେ କୌଣସି କମି କରି ନଥାନ୍ତି ଜେସିଣ୍ଡା ଆର୍ଡନ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe