ଟଙ୍କା ଦେଇ ଭୋଟ୍ କିଣିବାକୁ ପ୍ରାର୍ଥୀଙ୍କ ଉଦ୍ୟମ : ଝାରସୁଗୁଡା ଜିଲ୍ଲା କୁଶରାଇଲୋ ଗ୍ରାମ ପଞ୍ଚାୟତର ଭିଡିଓ ଭାଇରାଲ

Advertisment
ଟଙ୍କା ଦେଇ ଭୋଟ୍ କିଣିବାକୁ ପ୍ରାର୍ଥୀଙ୍କ ଉଦ୍ୟମ : ଝାରସୁଗୁଡା ଜିଲ୍ଲା କୁଶରାଇଲୋ ଗ୍ରାମ ପଞ୍ଚାୟତର ଭିଡିଓ ଭାଇରାଲ

କନକ ବ୍ୟୁରୋ : ଭୋଟ୍ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଛି ଟଙ୍କା କାରବାର । ନିଜ ସପକ୍ଷରେ ଭୋଟ୍ ନେବା ପାଇଁ ପ୍ରାର୍ଥୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି । ବିଭିନ୍ନ ସ୍ଥାନରୁ ଏପରି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଝାରସୁଗୁଡ଼ା ଜିଲ୍ଲା କୁସରାଲୋଇ ଗ୍ରାମ ପଞ୍ଚାୟତର ଏକ ଭିଡିଓ ଭାଇରାଲ ହେଉଛି । ଘରକୁ ଘର ବୁଲି ଟଙ୍କା ବାଣ୍ଟୁଛନ୍ତି ସମିତିସଭ୍ୟ ପ୍ରାର୍ଥୀ ଦମୟନ୍ତୀ ସା' । ଟଙ୍କା ଦେବା ବେଳେ ଏହି ମହିଳା ପ୍ରାର୍ଥୀ ତାଙ୍କୁ ଭୋଟ୍ ଦେବା ପାଇଁ କହୁଛନ୍ତି । ତାଙ୍କ ସହ କିଛି ସମର୍ଥକ ମଧ୍ୟ ଥିବା ଭିଡିଓରେ କଏଦ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe