କନକ ବ୍ୟୁରୋ: ଟିଭି କ୍ୱିନ କୁହାଯାଉଥିବା ଏକତା କପୁରଙ୍କୁ ନେଇ ଆସୁଛି ଚାଞ୍ଚଲ୍ୟକର ଖବର । ଯଦି ଆପଣଙ୍କୁ କୁହାଯାଏ ଯେ , ଟେଲିଭିଜନ୍ ଦୁନିଆଁର ସବୁଠୁ ଷ୍ଟ୍ରଙ୍ଗ ପର୍ସନାଲିଟି ଏକତା କପୁରଙ୍କୁ ବନ୍ଧୁକ ମୁନରେ ଉଠାଇନେଲେ ଦୁର୍ବୃତ୍ତ ଆପଣ ଏହାକୁ ବିଶ୍ୱାସ କରିବେ କି? କିନ୍ତୁ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment

ଭାଇରାଲ ହେଉଥିବା ଭିଡିଓ ମୁତାବକ, ଏକତା କପୁର ନିଜ ଅଫିସ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ୍‌ ଦେଉଥିଲେ। ସେତେବେଳେ ହଠାତ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଏକତାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ ଏବଂ ତାଙ୍କୁ ଅପହରଣ କରିନେଇଥିଲେ। କେବଳ ସେତିକି ନୁହେଁ ଦୁର୍ବୃତ୍ତମାନେ ଫଟୋଗ୍ରାଫରଙ୍କୁ ସେଠାରୁ ପଳାଇଯିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇପଡିଛନ୍ତି। ତାଙ୍କ ଫ୍ୟାନ୍‌ମାନଙ୍କୁ ବଡ ଝଟ୍‌କା ଲାଗିଛି।

ପ୍ରକୃତରେ ଘଟଣା କିଛି ଏପରି । ପ୍ରକୃତରେ ଏକତାଙ୍କୁ ଅପହରଣ କରାଯାଇନାହିଁ । ବରଂ ଏକ ରିଆଲିଟି ଶୋ’ର ପ୍ରମୋସନ୍ ପାଇଁ ଚାଲିଥିବା ଏକ ସୁଟିଂର ଏହା ଏକ ସଟ୍ । ତାଙ୍କ ଅପ୍‌କମିଂ ରିଆଲିଟି ଶୋ’ ‘ଲକ୍‌ଅପ୍‌’ର ପ୍ରମୋସନ ପାଇଁ ଏଭଳି କିଛି ଫଣ୍ଡା ଆପଣାଇଛନ୍ତି ଟେଲିଭିଜନ କୁଇନ୍‌ ଏକତା କପୁର। ଏହି ଭିଡିଓର କମେଣ୍ଟ ସେକ୍‌ସନ୍‌ରେ ଅନେକ ଲୋକେ ଏକତାଙ୍କ ଏଭଳି ଲୁଚାଛପା ପ୍ରମୋସନ୍‌ର ପର୍ଦ୍ଦାଫାଶ ମଧ୍ୟ କରିଛନ୍ତି। ଅନେକ ଲୋକ ଏକତାଙ୍କ ଏଭଳି ପ୍ରମୋଶନ ଆଇଡିଆକୁ ପ୍ରଶଂସା କରିଥିବା ବେଳେ କିଛି ଲୋକେ ତାଙ୍କ ଉପରକୁ ଅଙ୍ଗୁଠି ଉଠାଇଛନ୍ତି।

ସୂଚନା ମୁତାବକ, ଆସନ୍ତା ଫେବ୍ରୁଆରୀ ୨୭ରେ ଅଲ୍ଟ ବାଲାଜୀ ଏବଂ ଏମ୍ଏକ୍ସ ଫ୍ଲେଅରରେ ଆରମ୍ଭ ହେବାକୁ ଯାଉଛି ଏକତା କପୁରଙ୍କ ନୂଆ ରିଆଲିଟି ଶୋ’ ‘ଲକ୍‌ଅପ୍‌’। ଏହି ଶୋ’ଙ୍କୁ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ହୋଷ୍ଟ କରିବେ। ଏହି ଶୋ’ରେ ଟେଲିଭିଜନ ଅଭିନେତ୍ରୀ ନିଶା ରାୱଲ ଏବଂ ମୁନୱର ଫାରୁଖି ପ୍ରତିଯୋଗୀ ଭାବେ ଭାଗ ନେବେ। ତେବେ ଅନ୍ୟ ପ୍ରତିଯୋଗୀ ଭାବେ ଆଉ କିଏ କିଏ ସାମିଲ ହେବେ ସେ ନେଇ କିଛି ସୂଚନା ମିଳିନାହିଁ।