କୁକୁର ମାନିଲା ଟ୍ରାଫିକ୍ ନିୟମ । ହେଲମେଟ୍ ପିନ୍ଧି ବାଇକରେ କଲା ଯାତ୍ରା । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ଯିଏ ନିୟମ ଭାଙ୍ଗୁଛି ସେ ମୋଟା ଅଙ୍କର ଫାଇନ୍ ଦେଉଛି । ତଥାପି ଲୋକମାନେ ସୁଧୁରୁନାହାନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ ସଚେତନ ହେବା ସହ ନିଜ ଡଗିକୁ ମଧ୍ୟ ସୁରକ୍ଷିତ ରଖୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯ, ବାଇକ୍ ଚଳାଉଛନ୍ତି ମାଲିକ । ଆଉ ପଛରେ ବସିଛି ତାଙ୍କ ପୋଷା କୁକୁର । ଦୁହେଁ ବାହାରିଛନ୍ତି ବାଇକ୍ ରାଇଡରେ । ସବୁଠୁ ବଡ କଥା ହେଲା ଉଭୟ ହେଲମେଟ୍ ପିନ୍ଧିଛନ୍ତି । ବେସ୍ ଆରାମରେ ପୋଷା କୁକୁରଟି ହେଲମେଟ୍ ପିନ୍ଧି ବସିଛି। ମାଲିକଙ୍କ କାନ୍ଧକୁ ଧରି ମଣିଷ ଭଳି ବାଇକ୍ ରେ ବସିଛି କୁକୁର ।
Dog wearing helmet for safety in Tamilnadu..
Really admiring the owner's care..❤❤ pic.twitter.com/pmEvwf2Dq4
— Pramod Madhav (@madhavpramod1) January 7, 2020
ବ୍ୟକ୍ତି ଜଣକ ଟ୍ରାଫିକ୍ ନିୟମକୁ ନେଇ ଖୁବ୍ ସଚେତନ । ବାଇକରେ ଗଲାବେଳେ ଯେଭଳି ତାଙ୍କ ପୋଷା କୁକୁର କୌଣସି ବିପଦରେ ପଡିବନି ଏହାକୁ ନଜରରେ ରଖି ନିଜ ପୋଷା କୁକୁରକୁ ବି ହେଲମେଟ୍ ପିନ୍ଧାଇଛନ୍ତି । ଏହାଦ୍ବାରା ସେ ନିଜେ ସୁରକ୍ଷିତ ଆଉ ଡଗି ବି । ଟ୍ବିଟରରେ ଏହି ଭିଡିଓକୁ ୭ ଜାନୁଆରୀ ୨୦୨୦ ରେ ସେୟାର କରାଯାଇଥିଲା । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୬୪ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଲେଣି । ୧୬ ହଜାରରୁ ଅଧିକ ଥର ଟୁଇଟ୍ ଓ ୫ ହଜାରରୁ ଅଧିକ ଲାଇକ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/riding-1578546516.jpg)