ଭାରତ ବନ୍ଦରେ ସାଇକେଲ ଚଳାଇଲେ ବିଡିଓ :  ହିତାଧିକାରୀଙ୍କ ଘରେ ପହଂଚି ପିଲାଙ୍କୁ ଦେଲେ ପୋଷାକ ଓ ମିଠା

 ଅସହାୟ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ଦେଲେ ନିର୍ଭର ପ୍ରତିଶ୍ରୁତି

168

କନକ ବ୍ୟୁରୋ : ଜଣେ ହିତାଧିକାରୀଙ୍କ ପାଖରେ ସରକାରୀ ସହାୟତା ପହଂଚାଇବାକୁ ସାଇକେଲରେ ପହଂଚିଗଲେ ବିଡିଓ । କଥାଟି ଶୁଣିଲେ ଟିକେ ଅଡୁଆ ଲାଗୁଥାଇ ପାରେ । ହେଲେ ଗତକାଲି ଭରତ ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ କରୁନଥିଲା । ସେଥିପାଇଁ ନିଜେ ସାଇକେଲ ଚଳାଇ ଜଣେ ହିତାଧିକାରୀଙ୍କ ଘରେ ପହଂଚି ଯାଇଥିଲେ ବ୍ଲକ ଉନ୍ନୟନ ଅଧିକାରୀ । ସାଙ୍ଗରେ ନେଇ ଆସିଥିଲେ ପିଲାଙ୍କ ପାଇଁ ପୋଷାକ ଓ ମିଠା ।

କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ପଂଚାୟତରେ ଦିନେଶ ମହାରଣାଙ୍କୁ କିଡନୀ ରୋଗରେ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ମଧ୍ୟ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ । ତେଣୁ ଦୁଇ ନାବାଳିକା ଝିଅଙ୍କ ଲାଳନ ପାଳନ କେମିତି କରିବେ ସେହି ଚିନ୍ତାରେ ଥିବାବେଳେ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ । ତେଣୁ ଭାରତ ବନ୍ଦରେ ଦୀର୍ଘ ୨୦ କିଲୋମିଟର ସାଇକେଲ ଚଳାଇ ମୃତ ଦିନେଶଙ୍କ ଘରେ ପହଂଚିଥିଲେ ନରସିଂହପୁର ବିଡିଓ ।

ତାଙ୍କ କହିବା ହେଲା ଯାହାର କେହି ନାହିଁ, ତାଙ୍କୁ ସହାଯ୍ୟ କରିବାକୁ ଅନେକ ସରକାରୀ ଯୋଜନା ରହିଛି । ତେଣୁ ଏହି ଅସହାୟ ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରୁ ଆରମ୍ଭ କରି ସୁକନ୍ୟା ଯୋଜନା ଯାଏଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ।

Comments are closed.