କନକ ବ୍ୟୁରୋ : ଜଣେ ହିତାଧିକାରୀଙ୍କ ପାଖରେ ସରକାରୀ ସହାୟତା ପହଂଚାଇବାକୁ ସାଇକେଲରେ ପହଂଚିଗଲେ ବିଡିଓ । କଥାଟି ଶୁଣିଲେ ଟିକେ ଅଡୁଆ ଲାଗୁଥାଇ ପାରେ । ହେଲେ ଗତକାଲି ଭରତ ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ କରୁନଥିଲା । ସେଥିପାଇଁ ନିଜେ ସାଇକେଲ ଚଳାଇ ଜଣେ ହିତାଧିକାରୀଙ୍କ ଘରେ ପହଂଚି ଯାଇଥିଲେ ବ୍ଲକ ଉନ୍ନୟନ ଅଧିକାରୀ । ସାଙ୍ଗରେ ନେଇ ଆସିଥିଲେ ପିଲାଙ୍କ ପାଇଁ ପୋଷାକ ଓ ମିଠା ।
କଟକ ଜିଲ୍ଲା ନରସିଂହପୁର ବ୍ଲକ କାନପୁର ପଂଚାୟତରେ ଦିନେଶ ମହାରଣାଙ୍କୁ କିଡନୀ ରୋଗରେ ମୃତ୍ୟୁ ହୋଇଥିଲା । ତାଙ୍କ ପତ୍ନୀ ମଧ୍ୟ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ । ତେଣୁ ଦୁଇ ନାବାଳିକା ଝିଅଙ୍କ ଲାଳନ ପାଳନ କେମିତି କରିବେ ସେହି ଚିନ୍ତାରେ ଥିବାବେଳେ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଥିଲେ । ତେଣୁ ଭାରତ ବନ୍ଦରେ ଦୀର୍ଘ ୨୦ କିଲୋମିଟର ସାଇକେଲ ଚଳାଇ ମୃତ ଦିନେଶଙ୍କ ଘରେ ପହଂଚିଥିଲେ ନରସିଂହପୁର ବିଡିଓ ।
ତାଙ୍କ କହିବା ହେଲା ଯାହାର କେହି ନାହିଁ, ତାଙ୍କୁ ସହାଯ୍ୟ କରିବାକୁ ଅନେକ ସରକାରୀ ଯୋଜନା ରହିଛି । ତେଣୁ ଏହି ଅସହାୟ ପରିବାରକୁ ଅନ୍ନପୂର୍ଣ୍ଣା ଯୋଜନାରୁ ଆରମ୍ଭ କରି ସୁକନ୍ୟା ଯୋଜନା ଯାଏଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରସିଂହପୁର ବିଡିଓ ପ୍ରଦୀପ କୁମାର ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/2-16.jpg)