କନକ ବ୍ୟୁରୋ : ଚିଟଫଣ୍ଡ ନୁହେଁ, କିନ୍ତୁ ଚିଟଫଣ୍ଡଠାରୁ କୌଣସି ଗୁଣରେ କମ୍ ନୁହେଁ । ରାଜଧାନୀରେ ଠକାମୀର ନୁଆ ର୍ଫମୁଲା । ଆଉ ଟାର୍ଗେଟରେ ଥିଲେ ଶିକ୍ଷିତ ଯୁବକ-ଯୁବତୀ । ଇ-ବୁକ୍ ସ୍କାନିଂ ନାଁରେ ହୋଇଛି ପ୍ରାୟ ଶହେ କୋଟିର ଠକେଇ । ଅଭିନୟ ଉପାୟରେ ହୋଇଥିବା ଏହି ଠକେଇର ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ ହୋଇଥିଲା ଭୁବନେଶ୍ୱରର ଏକ ତାରକା ହୋଟେଲରେ । ଯାହାର ଏକ୍ସକ୍ଳୁସିଭ୍ ଭିଡିଓ ଲାଗିଛି କନକ ନ୍ୟୁଜ୍ ହାତରେ ।
ଯେଉଁଥିରେ ସ୍ପଷ୍ଟ ବାରି ହୋଇଛି କେମିତି ପ୍ରସ୍ତୁତ ହୋଇଥିଲା ଶହେ କୋଟି ଠକେଇର ବ୍ଲ-ପ୍ରିଂଟ୍ । ଭୁବନେଶ୍ୱରର ଏକ ତାରକା ହୋଟେଲର କ୍ଷୀଣ ଅଲୋକ ଭିତରେ ଦେଖାଯାଇଥିଲା ବ୍ୟବସାୟ ଏବଂ ଟଙ୍କା ରୋଜଗାରର ସହଜ ବାଟ । ଭିଡିଓରେ ସ୍ପଷ୍ଟ ବାରି ହୋଇ ପଡୁଛନ୍ତି-ପୁଲିସ୍ ହାତରେ ଗିରଫ ହୋଇଥିବା ଏପିଏସ୍ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ନୃସିଂହ ପଟ୍ଟନାୟକ ଏବଂ ଫେରାର୍ ହୋଇଯାଇଥିବା ଶହେ କୋଟିର ରାଣୀ ମନୋଜା ମଂଜରୀ ପଣ୍ଡା । ଏପିଏସ୍ ସଂସ୍ଥା ୬ଶହ କୋଟିର କାରବାର କରୁଥିବା କହି-ଶିକ୍ଷିତ ଯୁବକ-ଯୁବତୀଙ୍କୁ ଦିଆଯାଇଥିଲା-ଇ-ବୁକ୍ ସ୍କାନିଂ ପ୍ରୋଜେକ୍ଟର ଅଫର୍ ।
ଏପିଏସ୍ ଏବଂ ଆଇକ୍ୟୁବିଏସ୍ ଏହି ଦୁଇଟି ସଂସ୍ଥା ନାଁରେ ଲୁଟି ନେଇଛନ୍ତି ପ୍ରାୟ ଶହେ କୋଟି । ଦେଶ ବିଦେଶର ନାମିଦାମୀ ବହି ସବୁକୁ ଇ-ସ୍କାନିଂ ଥିଲା ଏହି ପ୍ରୋଜେକ୍ଟର କାମ । ଆଉ ଏହି ପ୍ରେଜେକ୍ଟ ନେବା ପାଇଁ ଶିକ୍ଷିତ ଯୁବକ-ଯୁବତୀ ଆଗୁଆ ବାନ୍ଧିଥିଲେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା । ଏମିତି ୫ଶହରୁ ଅଧିକ ପିଲାଙ୍କୁ ଭୂଆଁ ବୁଲାଇ ଏବେ ଚମ୍ପଟ୍ ମାରିଛନ୍ତି ମୁଖ୍ୟ ଖଳନାୟିକା ମନୋଜା ମଂଜରୀ ପଣ୍ଡା । ଆଇକ୍ୟୁବିଏସର ମ୍ୟାନେଜର ଉର୍ବଶୀ ନାୟକ ଏବଂ ଏପିଏସର ନିର୍ଦ୍ଦେଶକ ନୃସିଂହ ପ୍ରସାଦ ପଟ୍ଟନାୟକ ଗିରଫ ହୋଇଥିବା ବେଳେ ଏବେ ବି ମୁଖ୍ୟ ଖଳନାୟିକା ମନୋଜା ମଂଜରୀ ପଣ୍ଡାଙ୍କ ଟେର୍ ପାଉନି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-21-20h26m31s076.png)