ସାମାନ୍ୟ ପାର୍କିଂକୁ ନେଇ ଭୟଙ୍କର ବିବାଦ: ସଂଘବଦ୍ଧ ହୋଇ ଯୁବକଙ୍କୁ ବ୍ୟାଟରେ ପିଟିଚାଲିଲେ ଦୁର୍ବୃତ୍ତ; କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ

592

କନକ ବ୍ୟୁରୋ: ସାମାନ୍ୟ ବାଇକ୍ ପାର୍କିଂକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ ବ୍ୟାଟରେ ପିଟି ଚାଲିଛନ୍ତି ଅନ୍ୟ ଜଣେ ଯୁବକ । ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଂଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଜୁଆଲରେ ଦେଖାଯାଉଛି ଜଣଙ୍କୁ ଅନ୍ୟ କେଉଁଭଳି ନୃଶଂସ ଭାବେ ପିଟି ଚାଲିଛନ୍ତି ଏହି ଯୁବକ ।

ଏପରିକି ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ପିଟୁଥିବା ଯୁବକଙ୍କୁ ଅଟକାଉ ନାହାଁନ୍ତି । ସୂଚନା ଅନୁଯାୟୀ ଗତ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଏଥିରେ ଯୁବକ ଓ ତାଙ୍କ ମା ଆହତ ହୋଇଥିଲେ । ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ସ୍ଥାନୀୟ କଲ୍ୟାଣମଣ୍ଡପରେ ଏକ ଭୋଜି ଚାଲିଥିବାବେଳେ ପ୍ରଥମେ ବାଇକ ରଖିଲେ ସୁନୀଲ ମହାରଣା ।

ଏହି ସମୟରେ ରାଜା ନାମକ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହାର ଜବାବରେ ସୁନୀଲ ଓ ତାଙ୍କ ସାଙ୍ଗମାନେ ମିଶି ରାଜାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏହି ମାମଲାରେ ପୋଲିସ ଉଭୟ ପକ୍ଷର ଅଭିଯୁକ୍ତଙ୍କୁ ଗିରଫ କରିଛି ।