କନକ ବ୍ୟୁରୋ : ବଢୁଛି ଭାରତୀୟ ସେନାର ଶକ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ସଶକ୍ତ ହେଉଛି ଭରତ । ନୂଆ ନୂଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସେନାରେ ସାମିଲ ହେଉଛି । ଆଉ ଏହାରି ଭିତରେ ଭାରତୀୟ ସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଟ୍ୟାଙ୍କ୍ ‘ଯୋରାବର୍’ । ଏହି ଡ୍ରୋନକୁ ଡିଆରଡିଓ ବିକଶିତ କରିଛି । ଖାସକରି ପୂର୍ବ ଲଦାଖରେ ଭାରତୀୟ ସେନାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ଟ୍ୟାଙ୍କକୁ ବିକଶିତ କରିଛି ଡିଆରଡିଓ । ଏଲଏସିରେ ଭାରତ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଯୋରାବରକୁ ଚୀନର ମୁକାବିଲା ପାଇଁ ଲଦାଖରେ ମୁତୟନ କରାଯିବ । ସବୁଠୁ ବଡ କଥା ହେଉଛି ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ କୌଣସି ଦେଶ ଉପରେ ନିର୍ଭର ନକରି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବନାଉଛି ।

Advertisment

ଯଦି ଆମେ ଏହି ଅତ୍ୟାଧୁନିକ ଟ୍ୟାଙ୍କ ଯୋରାବରର କ୍ଷମତା ବାବଦରେ କହିବା ତେବେ, ଏହି ଟ୍ୟାଙ୍କର ଓଜନ ଅନ୍ୟ ଟ୍ୟାଙ୍କର ଟି-୭୨, ଟି-୯୦ ତୁଳନାରେ ଓଜନ କମ୍ ହୋଇଥିବାରୁ ଏହା ଅତି ସହଜରେ ପାହାଡ ଉପରେ ଚଢିପାରିବ । କେବଳ ସେତିକି ନୁହେଁ, ଏହି ଟ୍ୟାଙ୍କ ନଦୀ ଏବଂ ଅନ୍ୟ ପାଣି ଅଞ୍ଚଳରେ ବି ଅତି ସହଜରେ ଯାତାୟତ କରିବା ସହ ଯୁଦ୍ଧ ମଧ୍ୟ କରିପାରିବ ।

ଡିଆରଡିଓର କହିବା ଅନୁସାରେ, ସବୁ ପରୀକ୍ଷଣ ପରେ ୨୦୨୭ ମଧ୍ୟରେ ଏହି ଟ୍ୟାଙ୍କକୁ ଭାରତୀୟ ସେନାରେ ସାମିଲ କରାଯିବ । ପ୍ରୋଜେକ୍ଟ ଯୋରାବର ପାଇଁ ୧୭୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ୨୦୨୭ ସୁଦ୍ଧା ଭାରତୀୟ ସେନାରେ ୩୫୪ଟି ଟ୍ୟାଙ୍କ ସାମିଲ ହେବ । ଏହି ଟ୍ୟାଙ୍କ ପାବାଡି ଅଞ୍ଚଳରେ ଯୁଦ୍ଧ କରିବା ପାଇଁ ଡିଜାଇନ୍ କରାଯାଇଛି । ଅନ୍ୟ ଟ୍ୟାଙ୍କ ତୁଳନାରେ ଏହାର ମାରକ କ୍ଷମତା ଅଧିକ ରହିଥିବା ବେଳେ ଏଥିରେ ଥିବା ସୁରକ୍ଷା କବଚ ବି ଅନ୍ୟ ଟ୍ୟାଙ୍କ ତୁଳନାରେ ମଜଭୁତ ରହିଛି ।