ଅଦମ୍ୟ ସାହସ ଯୋଗୁଁ ବଂଚିଗଲା ଦୁଇ ଦୁଇଟି ଜୀବନ ! ଘର ଭିତରେ ଡକାୟତଙ୍କ ଆକ୍ରମଣ,ପ୍ଲାଷ୍ଟିକ ଚେୟାର୍ ରେ ପ୍ରତିଘାତ କରି ଧାରୁଆ ଅସ୍ତ୍ରଧାରୀ ଡକାୟତଙ୍କୁ ପାଣି ପିଆଇଦେଲେ ବୃଦ୍ଧ ଦମ୍ପତୀ

ଅଦମ୍ୟ ସାହସ ଯୋଗୁଁ ବଂଚିଗଲା ଦୁଇ ଦୁଇଟି ଜୀବନ ! ଘର ଭିତରେ ଡକାୟତଙ୍କ ଆକ୍ରମଣ,ପ୍ଲାଷ୍ଟିକ ଚେୟାର୍ ରେ ପ୍ରତିଘାତ କରି ଧାରୁଆ ଅସ୍ତ୍ରଧାରୀ ଡକାୟତଙ୍କୁ ପାଣି ପିଆଇଦେଲେ ବୃଦ୍ଧ ଦମ୍ପତୀ

ଘରେ ବୟୋଜ୍ୟୋଷ୍ଠ ବ୍ୟକ୍ତିିବିଶେଷଙ୍କ ସୁରକ୍ଷା ଉପରେ ପୁଣିଥରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିଦିନ ପୂର୍ବରୁ ଏଭଳି କିଛି ଘଟଣା ଲୋକଙ୍କ ମନକୁ ଖୁବ୍ ବିଚଳିତ କରିଥିଲା । ନିଜ ଘରେ ଯଦି ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ଆକ୍ରମଣ କରାଯାଉଛି ତେବେ ସେମାନଙ୍କ ସୁରକ୍ଷା ପାଇଁ କ’ଣ କରାଯିବ ଏବେ ଏହାକୁ ନେଇ ସମସ୍ତେ ଚିନ୍ତିତ । ଘଟଣାଟି ହେଉଛି ତାମିଲନାଡୁର କାଣ୍ଡାୟାମ୍ ଅଞ୍ଚଳର । ୭୦ ବର୍ଷୀୟ ସାନମୁଗାଭେଲ୍ ନାମକ ଜଣେ ବୃଦ୍ଧବ୍ୟକ୍ତି ରାତ୍ରି ସମୟରେ ନିଜ ବାରଣ୍ଡାରେ ବସିଥିବା ସମୟରେ ଜଣେ ଡକାୟତ ତାଙ୍କ ପଛପଟେ ଆସି ପ୍ରଥମେ ତାଙ୍କ ବେକକୁ ଏକ କପଡା ମାଧ୍ୟମରେ ଭିଡିଥିଲେ । ଅଣନିଶ୍ୱାସୀ ହୋଇ ବୃଦ୍ଧ ଜଣକ ଛାଟିପିଟି ହୋଇ ସ୍ତ୍ରୀଙ୍କୁ ଡାକିଥିଲେ । ୬୫ ବର୍ଷୀୟା ସେନଥାମାରାଇ ସ୍ୱାମୀଙ୍କ ପାଟି ଶୁଣି ବାହାରକୁ ଆସିଲା ବେଳେ ଏଭଳି ଦୃଶ୍ୟ ଦେଖିଥିଲେ । ସ୍ୱାମୀଙ୍କୁ ଡକାୟତ ହାବୁଡରୁ ବଂଚାଇବା ପାଇଁ ସେ ପାଖରେ ଥିବା ପ୍ଲାଷ୍ଟିକ୍ ଚେୟାର୍ ଉଠାଇ ଡକାୟତ ଉପରକୁ ଆକ୍ରମଣ କରିଥିଲେ ।

କିଛି ସମୟ ପରେ ଆଉ ଜଣେ ଡକାୟତ ହାତରେ ଧାରୁଆ ଅସ୍ତ୍ର ଧରି ସେନଥାମାରାଇଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ କିନ୍ତୁ ମହିଳାଙ୍କ ଅଦମ୍ୟ ସାହସ ଡକାୟତକୁ ହରାଇ ଦେଇଥିଲା । ଦୁଇଜଣ ଡକାୟତ ଧାରୁଆ ଅସ୍ତ୍ର ଧରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ ମଧ୍ୟ ଦୁହେଁ ପ୍ଲାଷ୍ଟିକ୍ ଚେୟାର୍ ଧରି ଏହାର ମୁକାବିଲା କରିଥିଲେ କିଛି ସମୟ ପରେ ଦମ୍ପତୀଙ୍କ ସାମ୍ନା କରିନପାରି ଡକାୟତ ସେଠାରୁ ପଳାୟନ କରିଥିଲେ । ଏହି ଦୃଶ୍ୟ କଏଦ୍ ହୋଇଥିଲା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ । ରବିବାର ରାତି ୯ ଟା ସମୟରେ ସାନମୁଗାଭେଲ୍ ଙ୍କ ଘରେ ଘଟିଥିଲା ଏହି ଘଟଣା । ତେବେ ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ବୃଦ୍ଧଦମ୍ପତୀଙ୍କ ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଧାରୁଆ ଅସ୍ତ୍ର ଆଗରେ ପ୍ଲାଷ୍ଟିକ୍ ଚେୟାର୍ ର ବିଜୟ ୟୁଜର୍ସଙ୍କୁ ତାଜୁବ୍ କରିଛି । ୪୦ ବର୍ଷରୁ କାଣ୍ଡାୟାମ୍ ଗ୍ରାମର ଫାର୍ମହାଉସ୍ ରେ ରହୁଥିବା ଏହି ଦମ୍ପତୀ ଜଙ୍ଗଲ ପାଖାପାଖି ଅଞ୍ଚଳରୁ ରହୁଥିବାରୁ ଏଭଳି ପରିସ୍ଥିିତି ପୂର୍ବରୁ ମଧ୍ୟ ଦେଖିସାରିଛନ୍ତି । ତେଣୁ ଆକ୍ରମଣ ହେବା ପରେ ସାନମୁଗାଭେଲ୍ ପତ୍ନୀଙ୍କୁ ସତର୍କ କରିବା ପାଇଁ ଡାକ ପକାଇଥିଲେ । ସାହାସୀ ପତ୍ନୀଙ୍କ ତତକ୍ଷଣାତ୍ ବୁଦ୍ଧି ଏବଂ ପ୍ରତିକ୍ରିୟା ଯୋଗୁଁ  ସାନମୁଗାଭେଲଙ୍କ ଜୀବନ ବଞ୍ôଚଯାଇଥିବା କଥା ସେ କୁହନ୍ତି । କିଭଳି ଡକାୟତଙ୍କୁ ନଡରି ସେ ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଚପଲ ଫୋପାଡିଥିଲେ ଏବଂ ଚେୟାର୍ ରେ ଆକ୍ରମଣ କରିଥିଲେ ଏହାକୁ ଗଣମାଧ୍ୟମ ଆଗରେ କହି ଦୁହେଁ ଖୁବ୍ ହସିଛନ୍ତି । ଡକାୟତଙ୍କ ସହ ସଂଘର୍ଷ କରୁଥିବା ସମୟରେ ସେନଥାମାରାଇଙ୍କ ହାତରେ କ୍ଷତ ମଧ୍ୟ ହୋଇଯାଇଛି । ଡକାୟତ ଘରୁ ସୁନାର ଥାଳି ଚୋରାଇ ନେଇଥିଲେ ହେଁ ସ୍ୱାମୀଙ୍କ ଜୀବନ ବଂଚିଯାଇଥିବାରୁ ସେ ଖୁସି ଅଛନ୍ତି ବୋଲି କହିଥିଲେ । ତେବେ ଦୁଇଜଣ ଡକାୟତଙ୍କୁ ଚିହ୍ନଟ କରି ପୋଲିସ୍ ତାଙ୍କୁ ଗିରଫ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe