ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ୍ ହୋଇଥାଏ । ଏହି ଭିଡିଓ ମଧ୍ୟରୁ କିଛି ସମାଜକୁ ଭଲ ସନ୍ଦେସ ଦେଉଥିବାବେଳେ ଆଉ କିଛି ଭିଡିଓ ଲୋକଙ୍କ ଚେତନାକୁ ଜାଗୃତ କରିବା ଭଳି ହୋଇଥାଏ । ତେବେ ଏଭଳିସ୍ଥଳେ ଆଉ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଗଛକୁ ଅନନ୍ୟ ଉପାୟରେ ନଷ୍ଟ ହେବାକୁ ରୋକାଯାଉଛି ।
ଏହି ଭିଡିଓରେ ଗୋଟିଏ ବିଶାଳ ଗଛକୁ ଟ୍ରକ୍ ଉପରେ ଲଦି ଅନ୍ୟ ସ୍ଥାନକୁ ସ୍ଥାନନ୍ତରିତ କଲା ଭଳି ଦୃଶିତ ହୋଇଛି । ଏହି ଭିଡିଓରେ ଏହିଭଳି ବାର୍ତ୍ତା ଦିଆଯାଇଛି ଯେ ସହରୀକରଣ ନାମ ଦେଇ ଆମେ ମାର୍ଗରେ ଆସୁଥିବା ବୃକ୍ଷରାଜିକୁ ଏହିଭଳି ଭାବରେ କାଟିବା ଅନୁଚିତ । ବରଂ ଉକ୍ତ ସ୍ଥାନରୁ ଗଛକୁ ସ୍ଥାନାନ୍ତରିତ କରି ଅନ୍ୟ ସ୍ଥାନରେ ଗଛକୁ ପ୍ରତିରୋପଣ କରିବା ଦରକାର । ଏହି ଭିଡିଓରେ କିଭଳି ବିଶାଳକାୟ ଗଛକୁ ନ କାଟି ଏହାକୁ ସ୍ଥାନାନ୍ତରିତ କରାଯାଇପାରିବ ସେ ବିଷୟରେ ଧାରଣା ଦିଆଯାଇଛି । ଭାରତରେ ସହରୀକରଣ ନାମରେ ବିଭିନ୍ନ ପ୍ରୋଜେକ୍ଟ ପ୍ରସ୍ତୁତ କରି ପ୍ରତିଦିନ କେତେ ନା ଗଛ କଟାଯାଏ ଏହି ଭିଡିଓ ଲୋକଙ୍କୁ ସଚେତନ କରାଇବାରେ ସହାୟକ ହେବ ବୋଲି କିଛି ଲୋକ କହିଛନ୍ତି । ତେବେ ଏହି ଭିଡିଓଟି ବିଦେଶରୁ ରେକର୍ଡିଂ ହୋଇ ସୋସିଆଲ୍ ମିଡିଆ ସାଇଟରେ ପୋଷ୍ଟ କରାଯାଇଥିଲା । ଯାହା ପର ମୁହୂର୍ତ୍ତରେ ଖୁବ୍ ଭାଇରାଲ୍ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/fa1.jpg)
/kanak/media/post_attachments/wp-content/uploads/2018/06/ZìùþZõõeù-300x203.jpg)