ସଡକରେ ଦେଖାଗଲା ହାଇଭୋଲ୍ଟଟେଜ୍ ଡ୍ରାମା ! ପବ୍ଲିକ୍ ସାମ୍ନାରେ ବେଲ୍ଟରେ ଯୁବକଙ୍କୁ ପିଟିଲେ ଯୁବତୀ ।

6,421

ଭୋପାଳର ଏମପି ନଗରରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ମଝି ବଜାରରେ ସମସ୍ତଙ୍କ ସାମ୍ନାରେ ବେଲ୍ଟରେ ପିଟୁଥିବାର ଭିଡିଓ ଏବେ ଭାଇରାଲ୍ ହେଉଛି । ପବ୍ଲିକ୍ ମଧ୍ୟରେ ଯୁବକଙ୍କୁ ବେଲ୍ଟରେ ଯୁବତୀ ଜଣକ ଖୁବ୍ ପିଟିଥିଲେ । ତେବେ କିଛି ଦିନ ପୂର୍ବରୁ ଯୁବତୀଙ୍କ ସହ ଯୁବକଙ୍କ ସାକ୍ଷାତ ହୋଇଥିଲା ।

ଯୁବକ ଜଣକ ଯୁବତୀଙ୍କ ଏକ ଇଣ୍ଟରଭ୍ୟୁ ନେଇଥିଲେ । ଏହାପରେ ଯୁବକ ଜଣକ ଯୁବତୀଙ୍କ ସିଭିରୁ ତାଙ୍କର ଫୋନ୍ ନମ୍ବର ନେଇ ଯାଇଥିଲେ ଏବଂ ଯୁବତୀଙ୍କ ହଇରାଣ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ଯୁବକଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ବନ୍ଧୁମାନଙ୍କ ସହ ପୀଡିତା ଜଣକ ପ୍ଲାନିଙ୍ଗ୍ କରି ଉକ୍ତ ଯୁବକଙ୍କୁ ଡକାଇଥିଲେ ଏବଂ ଏହାପରେ ଆରମ୍ଭ ହୋଇଥିଲା ମାଡ । ଭୋପାଳ ସଡକରେ ଏଭଳି ହାଇଭୋଲଟେଜ୍ ଡ୍ରାମା ବହୁ ସମୟ ଧରି ଦେଖିବାକୁ ମିଳିଥିଲା ।