କନକ ବ୍ୟୁରୋ : ବଲିଉଡରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା, ଭିକି କୌଶଲଙ୍କୁ ବିବାହ କରିବେ କଟ୍ରିନା କୈଫ୍ । ଆଉ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଭିକି-କ୍ୟାଟଙ୍କ ପ୍ରପୋଜ ଭିଡିଓ । ବଲିଉଡର ଦବଙ୍ଗ ହିରୋ ସନମାନ ଖାନଙ୍କ ଆଗରେ କଟ୍ରିନାଙ୍କୁ ପ୍ରପୋଜ କରିଥିଲେ ଭିକି କୌଶଲ ।
ଗତ ୨୦୧୯ରେ ଏକ ଆୱାର୍ଡ ଫଙ୍ଗସନ୍ ଆୟୋଜିତ ହୋଇଥିଲେ । ଏହି ଫଙ୍ଗସନରେ ବଲିଉଡର ଛୋଟଠୁ ବଡ ପ୍ରାୟ ସମସ୍ତ କଳାକାର ଭାଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଇଜାନ ବି ଉପସ୍ଥିତ ଥିଲେ । ଆଉ ଆଗଧାଡିରେ ବସିଥିଲେ । ଷ୍ଟେଜ୍ ଉପରେ ଆଙ୍କରିଂ କରୁଥାନ୍ତି ଭିକି କୌଶଲ । ଫିଲ୍ମର ଆୱାର୍ଡ ପାଇଁ ଯେତେବେଳେ କଟ୍ରିନା ଷ୍ଟେଜ୍ ଉପରକୁ ଆସିଲେ, ସେତେବେଳେ ଭିକି କୌଶଲ ତାଙ୍କୁ ପ୍ରପୋଜ କରିଥିଲେ । କହିଥିଲେ, ଏବେ ବିବାହ ମାହୋଲ ଚାଲିଛି, ତମେ ଭିକି କୌଶଲ ଭଳି ଏକ ଭଲ ପିଲା ବାଛି ବାହା ହୋଇଯାଉନ କାହିଁକି... ଏବେ ଯେହେତୁ ବିବାହ ମାହୋଲ ଚାଲିଛି, ସେଥିପାଇଁ ଲାଗିଲା ତୁମେବି ବିବାହ କରିବା ପାଇଁ ଆଗ୍ରହୀ ଥିବ । ସେଥିପାଇଁ ପଚାରି ଦେଲି । ଏହି ସମୟରେ କ୍ୟାମେରା ପଡିଥିଲା ସଲମାନଙ୍କ ଉପରେ । ସଲମାନ ହସୁଥିବାର ନଜର ଆସିଥିଲେ ବି ମୁହଁର ରଙ୍ଗ କିଛି ମାତ୍ରାରେ ପରିବର୍ତ୍ତନ ହୋଇଯାଇଥିଲା ।
View this post on Instagram
୨୦୧୯ରେ ଏକ ଆୱାର୍ଡ ଫଙ୍ଗସନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଏହି ଦୁଇ ଯୋଡି ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।