ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହଘର : ସାମିଲ ହେବେ ଏହି ସବୁ ବ୍ୟକ୍ତି; ସାମ୍ନାକୁ ଆସିଲା ଗେଷ୍ଟ ଲିଷ୍ଟ

1,239

କନକ ବ୍ୟୁରୋ : ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଏବେ ସିନେମା ଠାରୁ ସେମାନଙ୍କର ବାହାଘରକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି । ଖବର ମୁତାବକ ଭିକ୍କି ଓ କ୍ୟାଟ୍ରିନା ଚଳିତ ବର୍ଷ ଡିସେମ୍ବର ମାସରେ ବିିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ପରିବାରର ଉପସ୍ଥିତିରେ ରାଜସ୍ଥାନରେ ଏକ ଆଭିଜାତ୍ୟ ସମ୍ପର୍ଣ୍ଣ ବାହାଘର ହେବ । ଗୋଟିଏ ପଟେ କ୍ୟାଟ୍ରିନା ଓ ଭିକ୍କି ସେମାନଙ୍କ ଲଭ୍ ଲାଇଫ ଓ ବାହାଘରକୁ ନେଇ ଚୁପ ରହିଥିବା ବେଳେ ବାହାଘରରେ ନିମନ୍ତ୍ରିତ ହେବାକୁ ଥିବା ଗେଷ୍ଟ ଲିଷ୍ଟ ସାମ୍ନାକୁ ଆସିଛି ।

କ୍ୟାଟ୍ରିନା ଓ ଭିକ୍କି ରାଜସ୍ଥାନର ସବାଇ ମାଧେପୁର ଜିଲ୍ଲାର ସିକ୍ସ ସେନ୍ସ ଫର୍ଟ ହୋଟେଲରେ ବହାହେବେ । କୁହାଯାଉଛି କି ଡିସେମ୍ବର ୭-୧୨ ତାରିଖ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ବାହାଘରେ ଭିଆଇପି ମାନଙ୍କ ରହିବା ପାଇଁ ଅନେକ ଇଭେଣ୍ଟ କମ୍ପାନୀ ମିଳିତ ଭାବେ କାମ କରୁଛନ୍ତି । ଏସବୁ ଖବର ଭିତରେ ବାହାଘରରେ ଯୋଗ ଦେବାକୁ ଥିବା ଗେଷ୍ଟ ମାନଙ୍କର ତାଲିକା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ କଳାକାର ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରେ କରଣ ଜୋହର, ଅଲ୍ଲୀ ଆବାସ ଜଫର, କବୀର ଖାନ, ମିନୀ ମାଥୁର, ରୋହିତ ସେଟ୍ଟୀ,ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ବ୍ୟତୀତ ବରୁଣ ଧାୱନ ଓ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ସହ ଅନେକ କଳାକାର ସାମିଲ ଅଛନ୍ତି ।