ଏହି ହୋଟେଲରେ ହେବ ଭିକ୍କି, କ୍ୟାଟ୍ରିନାଙ୍କ ବିବାହ । ରାତିକୁ ଖର୍ଚ୍ଚ କେତେ?

855

କନକ ବ୍ୟୁରୋ: ଖୁବ ଶିଘ୍ର ଶେଷ ହେବାକୁ ଯାଉଛି କ୍ୟାଟଙ୍କ ଫ୍ୟାନଙ୍କ ଉତ୍ସୁକତା । ଦିନ କେଇଟା ପରେ ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ କ୍ୟାଟ୍ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି । ଶୁଣାଯାଉଛି ଦୁହିଁଙ୍କ ବିବାହ ରାଜସ୍ଥାନରେ ହେବ ।

ରାଜସ୍ଥାନରେ ଥିବା ଦାମୀ ହୋଟେଲ ସେନସେଜ୍ ହୋଟେଲରେ ଅନୁଷ୍ଠିତ ହେବାକୁ ଯାଉଛି ଦୁହିଁଙ୍କ ବିବାହ ଉତ୍ସବ । ରାଜସ୍ଥାନରେ ଥିବା କିଛି ଦାମୀ ହୋଟେଲ, ଯାହା ବଲିଉଡ ଷ୍ଟାର ମାନଙ୍କର ବେଶ ପସନ୍ଦ, ଏହି ହୋଟେଲ ସେମାନଙ୍କ ମଧ୍ୟରେ ଗୋଟିଏ ।ଭିକି ଓ କ୍ୟାଟଙ୍କ ବିବାହ ଉତ୍ସବରେ ଦୁଇ ପରିବାରର ସଦସ୍ୟଙ୍କ ସହ ବଲିଉଡ ଓ ହଲିଉଡର କଳାକାର ସାମିଲ ହେବାର ସୂଚନା ରହିଛି । ବିବାହ ଉତ୍ସବ ପାଇଁ ଏହି ହୋଟେଲକୁ ଡିସେମ୍ବର ୭ରୁ ୧୨ ତାରିଖ ଯାଏଁ ବୁକିଙ୍ଗ କରାଯାଇଛି । ଆପଣ ଜାଣନ୍ତି ଏହି ହୋଟେଲରେ ଦିନକୁ ଭଡା କେତେ?

ହୋଟେଲ ସେନସେଜରେ ଦିନକୁ ପାଇଁ ଦେୟ ହେଉଛି ୬୪,୦୦୦ ରୁ ୯୦,୦୦୦ ଟଙ୍କା । ତେବେ ଭିକ୍କି ଓ କ୍ୟାଟ୍ରିନା ବିବାହକୁ ନେଇ କିଛି ପ୍ରତିକ୍ରିୟା ଦେଉନଥିବାବେଳେ ଏହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଖବର ଆସୁଛି ।